fbpx

ଲକଡାଉନରେ ସରିଗଲା ରୋଗଗ୍ରସ୍ତ ପୁଅର ଔଷଧ: ସାଇକେଲରେ ତିନି ଦିନ ଧରି ୩୦୦ କିଲୋମିଟର ଯାତ୍ରା କଲେ ଯୁବକ

Advertisement

ମସୁର: କର୍ଣ୍ଣାଟକର ମୈସୁରରେ ଏକ ଦୁଃଖଦ ତଥା ଭାବପ୍ରବଣାତ୍ମକ ଘଟଣା ସାମନାକୁ ଆସିଛି । ଜଣେ ରୋଗ ଜର୍ଜରିତ ପୁତ୍ର ପାଇଁ ଜଣେ ମଜଦୁଦ ତଥା ଗରିବ ପିତାର ତ୍ୟାଗର କାହାଣୀ ଦେଖିବାକୁ ମିଳିଛି । କରୋନାର ଦ୍ୱିତୀୟ ଲହରରେ ଜନସାଧାରଣ କେତେମାତ୍ରାରେ ପ୍ରଭାବିତ ହୋଇଛନ୍ତି, ତାହା ଏହି ଘଟଣାରୁ ପ୍ରମାଣିତ ହୋଇଛି । ଜଣେ ୪୫ ବର୍ଷୀୟ ଯୁବକ ନିଜ ପୁତ୍ରର ଔଷଧ ପାଇଁ ସାଇକେଲରେ ୩୦୦ କିମି ଯାତ୍ରା କରିଛନ୍ତି । ରାଜ୍ୟରେ ଲକଡାଉନ ଲାଗୁ ହୋଇଥିବାରୁ ସମସ୍ତ ପରିବହନ ବ୍ୟବସ୍ଥା ବନ୍ଦ ରହିଥିଲା । ଅନ୍ୟ ବାଟ ନଥିବାରୁ ବାଧ୍ୟ ହୋଇ ଯୁବକ ଜଣଙ୍କ ପୁଅର ଜୀବନ ବଞ୍ଚାଇବା ପାଇଁ ଏହି ବାଟକୁ ଆପଣାଇ ନେଇଥିଲେ । ଯୁବକ ଜଣକ ତିନି ଦିନ ସାଇକେଲ ଯାତ୍ରା କରି ଫେରିବା ପରେ ସମସ୍ତେ ତାଙ୍କୁ ପ୍ରଶଂସା କରିଥିଲେ ।

ବେଙ୍ଗାଲୁରୁର ନିମହଂସ ହସ୍ପିଟାଲରେ ଗତ ୧୦ ବର୍ଷ ଧରି ଆନନ୍ଦଙ୍କ ପୁଅ ଚିକିତ୍ସିତ ହେଉଥିଲା । କୋପଲୁ ଗ୍ରାମରେ ରହୁଥିବା ଆନନ୍ଦ ପ୍ରତି ଦୁଇମାସରେ ଥରେ ନିଜ ପୁଅର ଔଷଧ ପାଇଁ ନିମହଂସ ହସ୍ପିଟାଲକୁ ଯାଇଥାନ୍ତି । ଲକଡାଉନ୍ ଥିବାରୁ ସେ ବାଧ୍ୟ ହୋଇ ସାଇକେଲରେ ତିନି ଦିନ ଯାତ୍ରା କରିବାକୁ ବାଧ୍ୟ ହୋଇଥିଲେ । ଆନନ୍ଦ ମେ ମାସ ୨୩ରେ ସାଇକେଲରେ ଯାତ୍ରା ଆରମ୍ଭ କରି ୨୬ ତାରିଖରେ ଘରକୁ ଔଷଧ ନେଇ ଫେରିଥିଲେ । ପୁଅର ଔଷଧ ସେବନ ବନ୍ଦ କଲେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯିବ ବୋଲି ପୂର୍ବରୁ ଡାକ୍ତରମାନେ ଆନନ୍ଦଙ୍କୁ କହିଥିଲେ । ତେଣୁ ପୁଅର ଜୀବନ ରକ୍ଷା ପାଇଁ ଆନନ୍ଦ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଛାଇ ନଥିଲେ । ରୋଗଗ୍ରସ୍ତ ପୁଅ ପ୍ରତି ଆନନ୍ଦଙ୍କର ଏହି କାର୍ଯ୍ୟକୁ ସୋସିଆଲ ମିଡ଼ିଆରେ ପ୍ରଶଂସା କରାଯାଉଛି । ବହୁ ଦୂରଦୂରାନ୍ତରୁ ଅନେକ ଲୋକ, ସ୍ଥାନୀୟ ନେତା ମଧ୍ୟ ଆନନ୍ଦଙ୍କୁ ସାକ୍ଷାତ କରିଛନ୍ତି । ଖବର ପାଇ କର୍ଣ୍ଣାଟକର ଯୁବ କଂଗ୍ରେସ ନେତା ଆନନ୍ଦଙ୍କୁ ଦେଖା କରି କିଛି ଔଷଧ ଓ ରାଶନ ସାମଗ୍ରୀ ପ୍ରଦାନ କରିଛନ୍ତି । ଆନନ୍ଦଙ୍କୁ ସାହାଯ୍ୟ କରୁଥିବା ସମୟର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ୟୁଜରମାନେ ନେତାମାନଙ୍କୁ ସମାଲୋଚନା କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.