ଲୁଣ ବଦଳରେ କ’ଣ ଖାଇବି? ChatGPT ବ୍ୟକ୍ତିଙ୍କୁ କହିଲା ବିକଳ୍ପ, ୩ ମାସରେ ପହଞ୍ଚିଗଲେ ମେଣ୍ଟାଲ ହସ୍ପିଟାଲ

ଜଣେ ୬୦ ବର୍ଷୀୟ ବ୍ୟକ୍ତିଙ୍କ ଘଟଣା ସାରା ବିଶ୍ୱରେ ଆଲୋଚନାର ବିଷୟ ପାଲଟିଛି।

ନୂଆଦିଲ୍ଲୀ: ଆଜିକାଲି ସବୁଠି ଆଟିଫିସିଆଲ ଇଣ୍ଟେଲିଜେନ୍ସି (ଏଆଇ) ବ୍ୟବହାର ହେଉଛି। ଏଆଇ ଯେକୌଣସି ପ୍ରଶ୍ନର ଉତ୍ତର କିଛି ସେକେଣ୍ଡରେ ଦେଇଥାଏ।

ଅନେକ ଲୋକ ଖାଦ୍ୟ ସାମଗ୍ରୀ ପାଇଁ ଏଆଇର ସାହାଯ୍ୟ ନେଉଛନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଏଆଇ ସହିତ ଏକ ଖାଦ୍ୟ ଯୋଜନା ତିଆରି କରିବା ଏବଂ ଏହାକୁ ଅନୁସରଣ କରିବା କିମ୍ବା ନିଜେ କୌଣସି ରୋଗର ଚିକିତ୍ସା କରିବା ଘାତକ ହୋଇପାରେ।

ବର୍ତ୍ତମାନ, ଜଣେ ୬୦ ବର୍ଷୀୟ ବ୍ୟକ୍ତିଙ୍କ ଘଟଣା ସାରା ବିଶ୍ୱରେ ଆଲୋଚନାର ବିଷୟ ପାଲଟିଛି।

ଯେତେବେଳେ ସେହି ବ୍ୟକ୍ତି ChatGPT କୁ ଲୁଣ ବଳଦରେ କ’ଣ ଖାଇବି ପରାମର୍ଶ ମାଗିଥିଲେ ସେତେବେଳେ ChatGPT ତାଙ୍କୁ କିଛି କହିଥିଲା।

ଯାହାକୁ ଖାଇବା ପରେ ବ୍ୟକ୍ତିଙ୍କ ମାନସିକ ଅବସ୍ଥା ଖରାପ ହେବା ଆରମ୍ଭ ହୋଇଯାଇଥିଲା। ତିନି ମାସ ପରେ ସେ ମଣିଷ ଚିହ୍ନ ପାରୁନଥିଲେ। ବାଉଳି ଚାଉଳି ହେବା ଆରମ୍ଭ କରିଥିଲେ।

ଯେତେବେଳେ ତାଙ୍କୁ ଏକ ମେଣ୍ଟାଲ ହସ୍ପିଟାଲ ନିଆଯାଇଥିଲା, ଡାକ୍ତରମାନେ ମଧ୍ୟ ତାଙ୍କ ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଦି ଗାଡ଼ିୟାନରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୬୦ ବର୍ଷୀୟ ବ୍ୟକ୍ତି ତାଙ୍କ ଖାଦ୍ୟରୁ ଟେବୁଲ୍ ଲୁଣ ଅର୍ଥାତ୍ ସୋଡିୟମ୍ କ୍ଲୋରାଇଡ୍ ବାହାର କରିବାକୁ ନିଷ୍ପତ୍ତି ନେଇଥିଲେ।

ଏ ସମ୍ପର୍କରେ ChatGPTର ପରାମର୍ଶ ମାଗିଥିଲେ।

ଏହା ଉପରେ, ଏ ChatGPT ସୋଡିୟମ୍ କ୍ଲୋରାଇଡ୍‌ର ବିକଳ୍ପ ଭାବରେ ସୋଡିୟମ୍ ବ୍ରୋମିଡ୍ ଖାଦ୍ୟରେ ଖାଇବାକୁ ପରାମର୍ଶ ଦେଇଥିଲା।

ସୋଡିୟମ୍ ବ୍ରୋମିଡ୍ ଏକ ରାସାୟନିକ ପଦାର୍ଥ ଯାହା ସାଧାରଣତଃ ସୁଇମିଂ ପୁଲର ସଫା କରିବାରେ କିମ୍ବା ଅନ୍ୟାନ୍ୟ ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ।

ଏହାକୁ ଖାଦ୍ୟ କିମ୍ବା ପାନୀୟରେ ବ୍ୟବହାର କରାଯାଏ ନାହିଁ। ChatGPT ପରାମର୍ଶ ପରେ, ବ୍ୟକ୍ତି ଜଣକ ୩ ମାସ ପାଇଁ ନିୟମିତ ଭାବରେ ସୋଡିୟମ୍ ବ୍ରୋମାଇଡ୍ ଖାଦ୍ୟରେ ଖାଇଥିଲେ।

ଏହି କାରଣରୁ, ସେ ବ୍ରାମିଜ୍ମ ନାମକ ଏକ ବିରଳ ଚିକିତ୍ସା ରୋଗର ଶିକାର ହେଲେ।

ତିନି ମାସ ପରେ, ସେହି ବ୍ୟକ୍ତିଙ୍କ ମାନସିକ ଅବସ୍ଥା ଖରାପ ହେବାକୁ ଲାଗିଲା ଏବଂ ତାଙ୍କୁ କଥା କହିବାରେ କଷ୍ଟ ହେବାକୁ ଲାଗିଲା।

କେବଳ ଏତିକି ନୁହେଁ, ସେ କହିଥିଲେ ଯେ ତାଙ୍କ ପଡ଼ୋଶୀମାନେ ତାଙ୍କୁ ବିଷ ଦେଉଥିଲେ ଏବଂ ତାଙ୍କୁ ପାଣି ପିଇବାକୁ ମଧ୍ୟ ଦେଉନଥିଲେ।

ଏହି ସମସ୍ତ ଲକ୍ଷଣ ପରେ, ତାଙ୍କୁ ଏକ ମାନସିକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନେ ତାଙ୍କୁ ପରୀକ୍ଷା କରିବା ସମୟରେ, ଇଲେକ୍ଟ୍ରୋଲାଇଟ୍ ସ୍ତର ଅସ୍ୱାଭାବିକ ବୋଲି ଜଣାପଡିଥିଲା, ଯାହାକୁ ବ୍ରାମିଜ୍ମ କୁହାଯାଏ।

ସେ ମାନସିକ ଭାବରେ ଅସ୍ଥିର ହୋଇଯାଇଥିଲେ। ତିନି ସପ୍ତାହ ଧରି ତରଳ ପଦାର୍ଥ, ଇଲେକ୍ଟ୍ରୋଲାଇଟ୍ ଥେରାପି ଏବଂ ଆଣ୍ଟିସାଇକୋଟିକ୍ ଚିକିତ୍ସା ନେବା ପରେ, ତାଙ୍କ ଅବସ୍ଥାରେ ଉନ୍ନତି ହେବା ଆରମ୍ଭ ହୋଇଥିଲା।