fbpx
BSKY SKY
BSKY SKY

କ୍ରୋଧ ଓ ମଦ ନିଶାର କମାଲ୍: ୧ କ୍ୱିଣ୍ଟାଲ ଓଜନର ମହିଳା ପତିଙ୍କ ମୁହଁ ଉପରେ ବସିପଡ଼ିଲେ, ଦୁଇ ମିନିଟ୍ ମଧ୍ୟରେ ଚାଲିଗଲା ଜୀବନ

BSKY

ନୂଆଦିଲ୍ଲୀ, ୨୧ା୫: ଜଣେ ମହିଳାଙ୍କ ଅତ୍ୟଧିକ ଓଜନ ପାଇଁ ଜଣେ ବ୍ୟକ୍ତିଙ୍କର ପ୍ରାଣ ଚାଲିଯାଇଛି । ଏଭଳି ଏକ ଘଟଣା ରୁଷରେ ଘଟିଛି । ରୁଷର ସାଇବେରିଆ ଅଞ୍ଚଳରେ ଦମ୍ପତ୍ତିଙ୍କ ଭିତରେ ଝଗଡ଼ା ହୋଇଥିଲା । ଏହି ସମୟରେ ରାଗିକରି ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ମୁହଁ ଉପରେ ବସିପଡ଼ିଥିଲେ । ଫଳରେ ନିଃଶ୍ୱାସରେ ସମସ୍ୟା ସୃଷ୍ଟି ହୋଇ ଯୁବକ ଜଣକ କମ ସମୟ ମଧ୍ୟରେ ମୃତ୍ୟୁବରଣ କରିଥିଲେ । ମହିଳାଙ୍କ ଓଜନ ଏକ କ୍ୱିଣ୍ଟାଲରୁ ଅଧିକ ଥିବାରୁ ତାଙ୍କ ସ୍ୱାମୀ ଏତେ ଓଜନକୁ ସହ୍ୟ କରିନପାରି ପ୍ରାଣ ହରାଇଥିଲେ । କୌଣସି ଏକ କଥାକୁ ନେଇ ଦମ୍ପତ୍ତିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ମହିଳା ଜଣକ ତାଙ୍କ ପତିଙ୍କୁ ଚୁପ୍ ରହିବାକୁ କହିଥିଲେ, ମାତ୍ର ତାଙ୍କ ପତି ତାଙ୍କ କଥାକୁ ନଶୁଣି ଗାଳି ଦେଇ ଚାଲିଥିଲେ । ଫଳରେ ମହିଳା ଜଣକ ମଦ ନିଶାରେ ଥିବାରୁ କ୍ରୋଧର ବଶବର୍ତ୍ତୀ ହୋଇ ତାଙ୍କ ସ୍ୱାମୀ ଶୋଇଥିବା ସମୟରେ ତାଙ୍କ ମୁହଁ ଉପରେ ବସି ପଡ଼ିଥିଲେ । ଘଟଣାସ୍ଥଳରେ ଅଣନିଃଶ୍ୱାସୀ ହୋଇ ଯୁବକଙ୍କ ମୃତ୍ୟୁ ହୋଇଯାଇଥିଲା । ପରେ ଯୁବକଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ମହିଳାଜଣକ ତାଙ୍କ ସ୍ୱାମୀଙ୍କ ପାଟି ବନ୍ଦ କରିବାକୁ ଚେଷ୍ଟା କରୁଥିଲେ ବୋଲି କହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.