fbpx
BSKY SKY
BSKY SKY

ବିଳମ୍ବିତ ହୋଇପାରେ ମାଟ୍ରିକ୍ ପରୀକ୍ଷା ରେଜଲ୍ଟ ଘୋଷଣା, ଚିନ୍ତାରେ ଛାତ୍ରଛାତ୍ରୀ

BSKY

କଟକ, ୨୧ା୫ (ଓଡିଶା ଭାସ୍କର): ଦଶମ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ନେଇ ଆଶଙ୍କା ଦେଖାଦେଇଛି । ପୂର୍ବରୁ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସଇକୁ ଅନୁସରଣ କରିଆସୁଥିଲା । କରୋନା ପାଇଁ ବର୍ତ୍ତମାନ ସିବିଏସଇ ତା’ର ମୂଲ୍ୟାୟନ କାର୍ଯ୍ୟ ୨୦ ଦିନ ପାଇଁ ଘୁଞ୍ଚାଇ ଦେଇଛି । ତେଣୁ ମାଧ୍ୟମିକ ଶିକ୍ଷା ପରିଷଦ ମଧ୍ୟ ମୂଲ୍ୟାୟନ ଦିନ ଘୁଞ୍ଚାଇବାର ସମ୍ଭାବନା ରହିଥିବାରୁ ଛାତ୍ରଛାତ୍ରୀ ଅସନ୍ତୋଷ ମଧ୍ୟରେ ରହିଛନ୍ତି ।

ସୂଚନା ଯୋଗ୍ୟ ଯେ, କରୋନା ସଂକ୍ରମଣ ପାଇଁ ଦଶମ ପରୀକ୍ଷା ସ୍ଥଗିତ ରହିଥିଲା । ପରେ ସିବିଏସଇ ମୂଲ୍ୟାୟନ ପଦ୍ଧତି ଅନୁସାରେ ରାଜ୍ୟ ନବମ ଓ ଦଶମ ଶ୍ରେଣୀର ମୂଲ୍ୟାୟନ କରିବାକୁ ରାଜ୍ୟ ବୋର୍ଡ ନିଷ୍ପତ୍ତି ନେଇଥିଲା । ଗତ ୧୫ ତାରିଖ ସୁଦ୍ଧା ସବୁ ସ୍କୁଲ ଛାତ୍ରଛାତ୍ରୀ ନବମ ଓ ଦଶମ ଅଭ୍ୟାସ ପରୀକ୍ଷା ମାର୍କ ମେଣ୍ଟର ସ୍କୁଲରେ ଦେବାକୁ କୁହାଯାଇଥିଲା । ଅଧିକାଂଶ ସ୍କୁଲ ଛାତ୍ରଛାତ୍ରୀ ମାର୍କ ଖାତାକୁ ନେଇ ମେଣ୍ଟର ସ୍କୁଲରେ ଦାଖଲ କରିଥିଲେ । ତେବେ ମୂଲ୍ୟାୟନ ପ୍ରକ୍ରିୟା ବିଳମ୍ବିତ ହେବା ସହ ଜୁନ ଶେଷ ସୁଦ୍ଧା ପରୀକ୍ଷା ଫଳ ଘୋଷଣା ହେବାର ଆଶଙ୍କା କରାଯାଉଛି । ଏ ନେଇ ବୋର୍ଡ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନଥିବା ଜଣାପଡ଼ିଛି ।

Get real time updates directly on you device, subscribe now.