fbpx

(Video) ଏଭଳି ଇସ୍ତ୍ରି କରିବା ଦେଖିନଥିବେ, ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ନୂଆଦିଲ୍ଲୀ: କପଡ଼ାକୁ ଭଲ ଭାବରେ ଇସ୍ତ୍ରି କରିବା ପାଇଁ ଲୋକମାନେ ଏହା ଉପରେ ପାଣି ଛିଞ୍ଚିଥାନ୍ତି, ଫଳରେ କପଡ଼ା ଭଲ ଭାବରେ ଇସ୍ତ୍ରି ହୋଇପାରିବ । ପାଣି ଛିଞ୍ଚି ଇସ୍ତ୍ରି କରିବା ଭଲ ହୋଇଥାଏ । କିନ୍ତୁ କିଭଳି ପାଣି ପକାଇବା ତାହା ଜରୁରୀ ହୋଇଥାଏ । ସାଧାରଣତଃ କିଛି ଲୋକ ପାଣି ଛିଞ୍ଚି, କିମ୍ବା ସ୍ପ୍ରେ ବୋତଲ ଦ୍ୱାରା ପାଣି ମାରିଥାନ୍ତି । କିନ୍ତୁ ଏବେ ଜଣେ ବୃଦ୍ଧଙ୍କ ପାଣିମାରି ଇସ୍ତ୍ରି କରିବା ଷ୍ଟାଇଲ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କାରଣ ବୃଦ୍ଧା ଜଣକ ହାତରେ ନୁହେଁ କି’ ସ୍ପ୍ରେ ବୋତଲରେ ନୁହେଁ ବରଂ ସିଧା ନିଜ ପାଟିରେ ପାଣି ସ୍ପ୍ରେ କରୁଛନ୍ତି ।

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି ଯେ ଜଣେ ବ୍ୟକ୍ତି କପଡ଼ାରେ ମୁହଁରୁ ପାଣି ପକାଉଛନ୍ତି । ସେ ପାଟିରୁ ଏଭଳି ଭାବରେ କପଡ଼ା ଉପରେ ସ୍ପ୍ରେ କରୁଛନ୍ତି ଯେ ଯେମିତି ତାଙ୍କର ଉଦ୍ଦେଶ୍ୟ ଇସ୍ତ୍ରୀ କରିବା ନୁହେଁ ବରଂ କୁଳୁ କରି ଧୋଇଦେବା ରହିଛି । ସେ ନିଜ ପାଟିରେ ପ୍ରଥମେ ପାଣି ଭରୁଛନ୍ତି ଏବଂ ତାକୁ ସ୍ପ୍ରେ ଭଳି କପଡ଼ା ଉପରେ ପକାଉଛନ୍ତି । ଦେଖିବାକୁ ମଜା ଲାଗୁଥିଲେ ବି ବୃଦ୍ଧାଙ୍କ ଏଭଳି କରିବା ଆଶ୍ଚର୍ଯ୍ୟ କରିଛି । ଏହାକୁ ଦେଖିଲେ ଆପଣଙ୍କୁ ଘୃଣା ଲାଗିପାରେ । କାରଣ ବ୍ୟକ୍ତି ଜଣକ ନିଜ ପାଟିରୁ ହିଁ ଅଇଁଠା ପାଣି ପକାଉଛନ୍ତି ।

ସେପଟେ ଏହି ଭିଡିଓକୁ ଦେଖି ଅନେକ ଲୋକ ପ୍ରତିକ୍ରିୟା ରଖିଛନ୍ତି । କିଛି ଲୋକ ଏହାକୁ ମଜାଦାର ଢ଼ଙ୍ଗରେ ପ୍ରତିକ୍ରିୟା ଦେବା ସହ କେହି କେହି ୟୁଜର୍ସ ଏଭଳି କରିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଦେଖନ୍ତୁ ଭିଡିଓ…

 

View this post on Instagram

 

A post shared by THE ADULT SOCIETY (@adultsociety)

 

Get real time updates directly on you device, subscribe now.