fbpx

ଫୁଟବଲ୍ ମାରି ଖସାଇଦେଇଥିଲେ ଉଡ଼ୁଥିବା ପ୍ଲେନ୍! ରୋମାଞ୍ଚକର ଏହି ଘଟଣା…

କିଛି ଏଭଳି ଖେଳ ରହିଛି ଯେଉଁଥିରେ ଶକ୍ତି ପ୍ରଦର୍ଶନ ଦେଖିଥିବେ । କିନ୍ତୁ ଫୁଟବଲ ଏବଂ କ୍ରିକେଟରେ ମଧ୍ୟ ଖେଳାଳି କିଛି ଏଭଳି ଶକ୍ତି ପ୍ରଦର୍ଶନ କରିଥାନ୍ତି ଯାହା ସବୁବେଳ ପାଇଁ ମନେ ରହିଯାଏ । କିଛି ଏଭଳି କରିଥିଲେ ପାରାଗୁଆର ଜଣେ ଫୁଟବଲ ଖେଳାଳି ତାହା ପୁଣି ୧୭ ବର୍ଷ ବୟସରେ ।

ଆପଣ ଛାତ ଉପରୁ ବିମାନ କିମ୍ବା ହେଲିକପ୍ଟର ଯିବାର ଦେଖିଥିବେ । କିନ୍ତୁ ଏତେ ପାଖରୁ ଯାଉଥିଲେ ବି ତାହା ପାଖକୁ କୌଣସି ଜିନିଷ ଫିଙ୍ଗିବା ସହଜ ନୁହେଁ । କିନ୍ତୁ ୬୦ ବର୍ଷ ପୂର୍ବେ ଏମିତି କରିଥିଲେ ଏହି ଫୁଟବଲ ଖେଳାଳି ଆଉ ଆକାଶରେ ଉଡ଼ୁଥିବା ପ୍ଲେନକୁ ମାରି ଖସାଇଦେଇଥିଲେ ।

ପାରାଗୁଆର ୮୦ ବର୍ଷୀୟ ରବର୍ଟ ଗ୍ୟାବ୍ରିଏଲ ଟ୍ରାଏଗୋ ୧୭ ବର୍ଷ ବୟସରେ ନିଜର ପ୍ରାକ୍ଟିସ ମ୍ୟାଚ୍ ଖେଳୁଥିବା ସମୟରେ ଏକ ପ୍ଲେନକୁ ଫୁଟବଲ୍ ମାରି ଖସାଇଦେଇଥିଲେ । କୁହାଯାଏ ଯେ ଏକ ମ୍ୟାଚ ସମୟରେ ଗୋଟିଏ ଛୋଟ ପ୍ଲେନ୍ ବାରମ୍ବାର ଲୋ ଲେବୁଲରେ ଉଡ଼ୁଥିଲା । ଆଉ ଏହି ପ୍ଲେନରେ ବିରକ୍ତ ହୋଇ ଟ୍ରାଏଗୋ ଫୁଟବଲକୁ ଏତେ ଜୋରରେ ମାରିଥିଲେ ଯେ ଏହା ସିଧା ପ୍ଲେନର ଇଞ୍ଜିନରେ ବାଜିଥିଲା ଆଉ ପ୍ଲେନ ମଇଦାରେ ହିଁ ଆସି କ୍ରାସ୍ ହୋଇଥିଲା । ଘଟଣା ମାତ୍ର ୨୦୦ ମିଟର ଦୂରତାରେ ଘଟିଥିଲା ।

ଟ୍ରାଏଗା କୁହନ୍ତି ଯେ ପାଇଲଟ ତାଙ୍କର ପରିଚିତ ଥିଲା । ମଇଦାନ ପାଖରେ ପ୍ଲେନ ନଉଡାଇବାକୁ ସେ ତାଙ୍କୁ ବାରମ୍ବାର ଚେତାବନୀ ଦେଇଥିଲେ । କିନ୍ତୁ ପ୍ରକୃତରେ ଏଭଳି କରିଥିଲେ ।

Get real time updates directly on you device, subscribe now.