fbpx

୧ ସେକେଣ୍ଡ୍ ବିଳମ୍ବ ହୋଇଥିଲେ ଟ୍ରକ ତଳେ ଚାପିହୋଇଥାନ୍ତେ ଯୁବକ, ଦେଖନ୍ତୁ ଭିଡ଼ିଓ

Advertisement

ନୂଆଦିଲ୍ଲୀ: ଆପଣ ସଡ଼କ ଦୁର୍ଘଟଣାର ଅନେକ ଭୟଙ୍କର ଭିଡ଼ିଓ ତ ଦେଖିଥିଲେ । କିନ୍ତୁ ସୋସିଆଲ ମିଡିଆରେ ଏପରି ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣଙ୍କ ଲୋମ ଟାଙ୍କୁରି ଯିବ । ସେଥିରେ ଜଣେ ବାଇକ୍ ଚାଳକ ୧ ସେକେଣ୍ଡ ମଧ୍ୟରେ ଟ୍ରକ୍ ତଳେ ଚାପି ହେଉ ହେଉ ବଞ୍ଚିଯାଇଛନ୍ତି । ସେହି ବାଇକ ଚାଳକଙ୍କ ଭାଗ୍ୟ ବହୁତ ଭଲ ଥିଲା, ସେ କି ମୃତ୍ୟୁ ମୁହଁରୁ ବର୍ତ୍ତି ଯାଇଛନ୍ତି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ମାଲେସିଆର ବୋଲି କୁହାଯାଉଛି । ବର୍ଷା ହେଉଥିବା ବେଳେ ଦ୍ରୁତି ଗତିରେ ଯାଉଥିବା ବାଇକଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଫଳରେ ବାଇକ୍ ଚାଳକ ରାସ୍ତା ଉପରେ ପଡ଼ିଯାଇଥିଲେ । ଏହି ସମୟରେ ପଛରୁ ଏକ ଟ୍ରକ ଦ୍ରୁତ ଗତିରେ ଯୁବକଙ୍କ ଆଡ଼କୁ ମାଡ଼ିଆସିଥିଲା । କିନ୍ତୁ ସେହି ସମୟରେ ଚମକ୍ରାର ହୋଇଥିଲା ଓ ବାଇକ୍ ଚାଳକ ଟ୍ରକ ସହ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ।  ସୌଭାଗ୍ୟବଶତଃ  ବାଇକ ଚାଳକ ଜଣକ ଘଟଣାସ୍ଥଳରୁ ଉଠି ପଡ଼ି ଦୌଡ଼ି ପଳାଇଥିଲେ। ଫଳରେ ସେ ଏକ  ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ତେବେ ଆସନ୍ତୁ ଦେଖିବା ଏହାର ଭିଡିଓ…

 

View this post on Instagram

 

A post shared by Zee News (@zeenews)

Get real time updates directly on you device, subscribe now.