fbpx

(Video) ପାୱାରକଟ୍ ଯୋଗୁଁ ହୋଇପଡ଼ିଲେ ଅତିଷ୍ଠ: ଗରମରୁ ତ୍ରାହି ପାଇଁ କଲେ ଏଭଳି ଉପାୟ, ଦେଖିଲେ ଆପଣ ବି କହିବେ କି’ ଉପାୟ

ବର୍ତ୍ତମାନ ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଗରମ ଯୋଗୁଁ ସ୍ଥିତି ଏଭଳି ରହିଛି ଯେ ଘରୁ ବାହାରିବା ମଧ୍ୟ ମୁସ୍କିଲ ହେଇଯାଉଛି । ଆଉ ସେଥିରେ ପୁଣି ପାୱାର କଟ୍ ଗରମରେ ଆହୁରି ଅସ୍ତବ୍ୟସ୍ତ କରିପକାଏ । ତେବେ ଏହାରି ମଧ୍ୟରେ ପାୱାରକଟ୍ ରେ ବି ଜଣେ ବ୍ୟକ୍ତି କିପରି ନିଜକୁ ଥଣ୍ଡା ରଖିବାକୁ ଉପାୟ ଆପଣାଇଛନ୍ତି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ଭିଡିଓରେ ଦେଖାଯାଉଛି ଯୁବକ ଜଣକ ଗରମରେ ପୂରା ଅତିଷ୍ଠ ହୋଇପଡ଼ିଛନ୍ତି । ପାୱାରକଟରେ ପୂରା ଧର୍ଯ୍ୟହରା ହୋଇପଡ଼ିଛନ୍ତି । ଆଉ ଗରମରୁ ରକ୍ଷା ପାଇବା ପାଇଁ ଆପଣାଇଛନ୍ତି ପୂରା ଅଲଗା ଉପାୟ । କରେଣ୍ଟ ନଥିବାରୁ ନିଜ ହାତରେ ଫ୍ୟାନର ବ୍ଲେଡକୁ ବୁଲାଇ ସାମ୍ନାରେ ଶୋଉଛନ୍ତି । ଆଉ ଫ୍ୟାନ୍ ଘୂରିବା ବନ୍ଦ ହେଲେ ପୁଣି ଥରେ ଉଠିଆସି ଏହାକୁ ବୁଲାଉଛନ୍ତି । ଆଉ ଏହି ଭିଡିଓକୁ ଦେଖିଲେ କେହିବି ଜାଣିପାରିବ ଯେ କେତେ ଗରମରେ ଅଛନ୍ତି ଏହି ବ୍ୟକ୍ତି ଜଣକ ।

ଭିଡିଓଟିକୁ ଆଇଏଏସ ଅଫିସର ଅୱନିସ ଶରଣ ଶେୟାର କରିବା ସହ ଏହାର କ୍ୟାପ୍ସନରେ ଲେଖିଛନ୍ତି ଯେ ଏହି ଟେକନିକ୍ ଭାରତ ବାହାରକୁ ନଯିବା ଦରକାର । ତେବେ ସେ ଯାହା ହେଉନା କାହିଁକି, ଭିଡିଓକୁ ଦେଖିଲେ ଆପଣ ନିଶ୍ଚୟ ହସିବାକୁ ବାଧ୍ୟ ହେବେ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.