ନୂଆଦିଲ୍ଲୀ: ପଞ୍ଜାବରୁ ଆସିଛି ଏକ ବଡ଼ ଖବର । ଶିରୋମଣୀ ଅକାଳ ଦଳ (ଏସଏଡି) ମୁଖ୍ୟ ତଥା ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଉପରେ କରାଯାଇଛି ମରଣାନ୍ତକ ଆକ୍ରମଣ । ଅମୃତସର ସ୍ୱର୍ଣ୍ଣ ମନ୍ଦିର ନିକଟରେ ଏହି ଅଘଟଣ ଘଟିଥିଲା । ଆକ୍ରମଣକାରୀ ସୁଖବୀରଙ୍କ ଉପରକୁ ଫାୟାରିଂ କରିଥିଲା । ତେବେ ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ଅଭିଯୁକ୍ତକୁ କାବି କରିନେଇଥିଲେ । ପୋଲିସ ଅଭିଯୁକ୍ତକୁ ନିଜ ହେପାଜତକୁ ନେବା ସହ ତା’ ନିକଟରୁ ପିସ୍ତଲ ଜବତ କରିଛି ।
ତେବେ ଏହି ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସୁଖବୀର । ଗୁଳିମାଡ଼ କରିଥିବା ଅଭିଯୁକ୍ତର ନାମ ନାରାୟଣ ସିଂହ ବୋଲି କୁହାଯାଉଛି । ସୂଚନାଯୋଗ୍ୟ ଯେ, ପଞ୍ଜାବର ପୂର୍ବତନ ଡେପୁଟୀ ସିଏମ୍ ସୁଖବୀର ମଙ୍ଗଳବାର ଠାରୁ ଅମୃତସର ସ୍ୱର୍ଣ୍ଣ ମନ୍ଦିର ବା ଶ୍ରୀ ହରମନ୍ଦିର ସାହିବ ଗୁରୁଦ୍ୱାର ବାହାରେ ଜଗୁଆଳି ଭାବେ ସଜ୍ଜା କାଟୁଛନ୍ତି । ସେ ଦ୍ୱିପ୍ରହର ସମୟରେ ହ୍ୱିଟଚେୟାରରେ ଗୁରୁଦ୍ୱାରରେ ପହଞ୍ଚିଥିଲେ । ଦୋଷୀ ସାବ୍ୟସ୍ତ ହେବା କାରଣରୁ ତାଙ୍କ ଗଳାରେ ଏକ ପ୍ଲାକାର୍ଡ ଝୁଟୁଥିଲା । ସଜ୍ଜା ପୂର୍ବ ଦିନ ସେ ସ୍ୱର୍ଣ୍ଣ ମନ୍ଦିରର ସାମ୍ପ୍ରଦାୟିକ ରୋଷେଇ ବାସ ସଫା କରିଥିଲେ ଓ ସେବାଧାରୀ ବସ୍ତ୍ର ପରିଧାନ କରିଥିଲେ । ୨୦୦୭ରୁ ୨୦୧୭ ପର୍ଯ୍ୟନ୍ତ ଅକାଳୀ ଦଳ ସରକାର ସମୟରେ ଧାର୍ମିକ ଭୁଲ ପାଇଁ ସଜ୍ଜା ଶୁଣାଣି କରାଯାଇଛି । ଉକ୍ତ ସଜ୍ଜାର ଭରଣା କରିବା ପାଇଁ ସୁଖବୀର ସେବା କରୁଛନ୍ତି । ତେବେ ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି । ଅଭିଯୁକ୍ତ ଅଚାନକ ପକେଟରୁ ପିସ୍ତଲ ବାହାର କରି ସୁଖବୀରଙ୍କ ଉପରକୁ ଗୁଳିମାଡ଼ କରିବାକୁ ଉଦ୍ୟମ କରୁଥିବା ବେଳେ ସେଠାରେ ଉପସ୍ଥିତ ଲୋକମାନେ ତାକୁ କାବି କରିନେଇଥିଲେ । ଫଳରେ ଅଳ୍ପକେ ସୁଖବୀରଙ୍କ ଜୀବନ ବଞ୍ଚିଯାଇଥିଲା ।
#WATCH | Punjab: Bullets fired at Golden Temple premises in Amritsar where SAD leaders, including party chief Sukhbir Singh Badal, are offering ‘seva’ under the religious punishments pronounced for them by Sri Akal Takht Sahib, on 2nd December.
Details awaited. pic.twitter.com/CFQaoiqLkx
— ANI (@ANI) December 4, 2024