fbpx

ମରିବାର ପାଞ୍ଚ ଘଣ୍ଟା ପରେ ବ୍ୟକ୍ତିଜଣକ ଉଠି ବସିଲେ, ଜାଣନ୍ତୁ ଅନ୍ୟ ଦୁନିଆର ଆଶ୍ଚର୍ଯ୍ୟଜନକ କଥା….

ବେଳେବେଳେ ଆମ ଚତୁଃପାଶ୍ୱର୍ରେ ଏପରି କିଛି ଘଟଣା ଘଟିଥାଏ, ଯାହାକୁ ଶୁଣିବା ପରେ ଆମ ମନରେ ବିଶ୍ୱାସ ଆସିନଥାଏ । ଘଟଣାଟି ଘଟିଥିଲା କିଛି ବର୍ଷ ପୂର୍ବରୁ ଉତ୍ତରପ୍ରଦେଶର ଆଲିଗଡ଼ ଜିଲ୍ଲାରେ । ଘଟଣା ଅନୁଯାୟୀ, ଜଣେ ବ୍ୟକ୍ତି ମରିବାର ୫ ଘଣ୍ଟା ପୁଣି ଜୀବିତ ହୋଇଯାଇଥିଲେ । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଉକ୍ତ ବ୍ୟକ୍ତିଜଣକ ଅନ୍ୟ ଦୁନିଆର କିଛି କଥା ଲୋକଙ୍କୁ ଶୁଣାଇଥିଲେ, ଯାହା ଶୁଣି ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ ।

ଘଟଣାଟି ଘଟିଥିଲା ଆଲିଗଡ଼ର ଏକ ଗାଁ କିରଥଲାରେ । ଦିନେ ହଠାତ୍ ଗାଁରେ ବାସ କରୁଥିବା ୫୩ ବର୍ଷୀୟ ରାମକିଶୋରଙ୍କ ମୃତ୍ୟୁ ଘଟିଥିଲା । ତାଙ୍କର ମୃତ୍ୟୁରେ ସମସ୍ତେ ଚକିତ ହୋଇଯାଇଥିଲେ । କାରଣ ରାମକିଶୋର ସୁସ୍ଥ ଥିବା ସହ ତାଙ୍କର କୌଣସି ରୋଗ ନଥିଲା ।

ରାମକିଶୋରଙ୍କ ମୃତ୍ୟୁ ଖବର ବନ୍ଧୁ ପରିଜନଙ୍କୁ ଦିଆଗଲା । ଶେଷ ଦର୍ଶନ ପାଇଁ ସମସ୍ତେ ତାଙ୍କର ଘରେ ଭିଡ଼ ଜମାଇଥିଲେ । ତା’ପରେ ଅନ୍ତିମ ସଂସ୍କାର ପାଇଁ ଶବକୁ ଶ୍ମଶାନକୁ ନିଆଯାଇଥିଲା । ଇତିମଧ୍ୟରେ ୫ ଘଣ୍ଟା ବିତିଯାଇଥିଲା । ଏ କ’ଣ? ଶବର ଗୋଡ଼ ହାତ ହଲଚଲ ହେଉଥିବା କିଛି ଲୋକେ ଦେଖିବାକୁ ପାଇଥିଲେ । ସେମାନଙ୍କ ମନରେ ଭୟ ଜାତ ହୋଇଥିଲା । ଦେଖୁ ଦେଖି କିଛି କ୍ଷଣ ମଧ୍ୟରେ ଅଚାନକ ରାମକିଶୋର ଉଠି ବସିଲେ ଓ କହିଲେ, ‘ମୋର କିଛି ହୋଇ ନାହିଁ, ମୁଁ ସମ୍ପୂର୍ଣ୍ଣ ଠିକ୍ ଅଛି । ଯମ ଦୂତମାନେ ମୋତେ ଭୁଲରେ ନେଇଯାଇଥିଲେ, ଏବେ ସେମାନେ ମୋତେ ଛାଡ଼ିଦେଇଛନ୍ତି ।’

ରାମକିଶୋରଙ୍କୁ ପୁଣି ଥରେ ଜୀବିତ ଅବସ୍ଥାରେ ପାଇ ତାଙ୍କର ଆତ୍ମୀୟସ୍ୱଜନ ଖୁସି ତ ହୋଇଥିଲେ, ହେଲେ ସେମାନଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିଲା । ସେମାନେ ରାମକିଶୋରଙ୍କୁ ଏ ନେଇ ପ୍ରଶ୍ନ କରିଥିଲେ । ରାମକିଶୋର କହିଥିଲେ ଯେ, ‘ମୋର ଭଲରେ ମନେ ନାହିଁ, କିଛି କିଛି ମନେଅଛି । ମୋତେ ଏପରି ଏକ ଜାଗାକୁ ନିଆଯାଇଥିଲା, ଯେଉଁଠି ଏକ ବୈଠକ ବସିଥିଲା । ସେଠାରେ ଦାଢ଼ି ରଖିଥିବା କିଛି ମହାତ୍ମା ନିଜର ମୁନିବଙ୍କ ସହିତ ଆଲୋଚନା କରୁଥିଲେ ।’

ତେବେ ସଭାରେ ଉପସ୍ଥିତ ଥିବା ସବୁଠାରୁ ବୟସ୍କ ମହାତ୍ମା ରାମକିଶୋରଙ୍କୁ ନେଇ ନାନା ପ୍ରଶ୍ନ କରୁଥିଲେ । ବୟସ୍କ ମହାତ୍ମା କହୁଥିଲେ, ‘ୟାକୁ କାହିଁକି ଆଣିଛ ? ନେଇଯାଅ, ୟାର ସମୟ ହୋଇନାହିଁ ।’ ଏହାପରେ ରାମକିଶୋରଙ୍କୁ ଏକ ଧକ୍କା ଲାଗିବା ପରି ଅନୁଭବ ହୋଇଥିଲା । ସେ ଆଖି ଖୋଲନ୍ତି ତ ପାଖରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ପାଇଥିଲେ । ରାମକିଶୋରଙ୍କ ଏହି ପୁନଃଜୀବିତ ହେବା ଘଟଣା ସେ ସମୟରେ ବହୁତ ଚର୍ଚ୍ଚା ହୋଇଥିଲା ।

Get real time updates directly on you device, subscribe now.