fbpx

ଦ୍ରୁତ ଟାଇପିଂରେ ୯ ଥର ଗିନିଜ୍ ୱାର୍ଲ୍ଡ ରେକର୍ଡ, କିଏ ସେ ଜାଣନ୍ତୁ…

କାମ ତାଙ୍କର କମ୍ପୁଟରରେ ତଥ୍ୟ ରେକର୍ଡ କରିବା । ଆଉ ଏହି କାମକୁ ସେ ଏଭଳି ଭାବରେ କରିଥାନ୍ତି ଯେଉଁଥିପାଇଁ ସେ ୯ ଥର ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇସାରିଲେଣି । କୀ-ବୋର୍ଡରେ ଦ୍ରୁତ ବେଗରେ କାମ କରିବା ପାଇଁ ତାଙ୍କ ରହିଛି ବିଶେଷ ଆଗ୍ରହ । ଆଉ ଏଥିପାଇଁ ସେ ବିରଳ ରେକର୍ଡ କରିପାରିଛନ୍ତି । ସେ ହେଉଛନ୍ତି ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ଅପରେଟର ବିନୋଦ କୁମାର ଚୌଧୁରୀ ।

୪୧ ବର୍ଷୀୟ ବିନୋଦ କୁମାର ଚୌଧୁରୀ ଜେଏନୟୁ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ପରିବେଶ ବିଜ୍ଞାନ ବିଭାଗରେ (ଏସଇଏସ)ରେ କମ୍ପ୍ୟୁଟର ସଞ୍ଚାଳକ ଭାବରେ କାମ କରୁଛନ୍ତି । ଗତ ବର୍ଷ ଲକଡାଉନ୍ ସମୟରେ ସେ ବନାଇଛନ୍ତି ତାଜା ରେକର୍ଡ । ଚୌଧୁରୀଙ୍କ ନାମରେ ୨୦୧୪ରେ ନାକରେ ସବୁଠାରୁ ଶୀଘ୍ର ଟାଇପିଂ କରିବାର ରେକର୍ଡ ରହିଛି । ଏହା ସହ ଆଖି ବନ୍ଦ କରି ସବୁଠାରୁ ଦ୍ରୁତ ଟାଇପ କରିବା ରେକର୍ଡ ଏବଂ ପାଟିରେ କାଠ ରଖି ଦ୍ରୁତ ଭାବରେ ଟାଇପିଂ କରିବା ରେକର୍ଡ ମଧ୍ୟ ରହିଛି ।

କମ୍ପ୍ୟୁଟରକୁ ନେଇ ବିଶେଷ ଆଗ୍ରହ

ବିନୋଦ ନିଜ ଘରେ ଗରିବ ଏବଂ ଦିବ୍ୟାଙ୍ଗ ପିଲାମାନଙ୍କୁ କମ୍ପ୍ୟୁଟର ଶିଖାଇଥାନ୍ତି ଆଉ ତାଙ୍କର ଏହି କମ୍ପ୍ୟୁଟର ସେଣ୍ଟରରେ ସେ କରିଥିବା ରେକର୍ଡ ସବୁ ରହିଛି । ସେ କହିଛନ୍ତି ଯେ ସବୁବେଳେ ତାଙ୍କୁ କମ୍ପୁଟରରେ ବେଗକୁ ନେଇ ଆଗ୍ରହ ରହିଆସିଛି । ପ୍ରଥମେ ସେ ୨୦୧୪ରେ ରେକର୍ଡ କରିଥିଲି । ନାକରେ ୪୪.୩୦ ସେକେଣ୍ଡରେ ୧୦୩ ଅକ୍ଷର ଟାଇପ କରିବା ଭଳି ରେକର୍ଡ ବିନୋଦଙ୍କ ନାଁରେ ରହିଛି ।

Get real time updates directly on you device, subscribe now.