fbpx

ଯୁବକର ବିକୃତ କାରନାମା: ଅନ୍ୟର ଶୋଇବା ଘରର ଭିଡିଓ ଦେଖିବାକୁ ହ୍ୟାକ୍ କଲା ଦୁଇ ଶହ ଘରର ସିସିଟିଭି

ଅନ୍ୟର ବ୍ୟକ୍ତିଗତ ଭିଡିଓ ଦେଖିବାକୁ ଯାଇ ଜଣେ ଯୁବକ ୨ ଶହ ଘରର ସିସିଟିଭିକୁ ହ୍ୟାକ୍ କରିଥିବା ଜଣାପଡ଼ିଛି । ପରିଣତି ସ୍ୱରୂପ ସମ୍ପୃକ୍ତ ଯୁବକ ଜଣକୁ ଶେଷରେ ନିଜର ଚାକିରି ହରାଇବାକୁ ପଡ଼ିଛି । ତେବେ ଅନ୍ୟର ବ୍ୟକ୍ତିଗତ ମୁହୂର୍ତ୍ତ ଉପରେ ନଜର ରଖୁଥିଲା ବୋଲି ଯୁବକ ଜଣକ ଶେଷରେ ସ୍ୱୀକାର କରଛି ।

ଏହି ଘଟଣାଟି ଘଟିଛି ଆମେରିକାର ଟେକ୍ସାସ ସହରରେ । ଆଭିଲ୍ସ ନାମକ ଜଣେ ଟେକନିସିଆନ୍ ଏକ ସିସିଟିଭି କମ୍ପାନୀରେ କାର୍ଯ୍ୟ କରୁଥିଲା । କମ୍ପାନୀ ତରଫରୁ ଅଫିସ କର୍ମଚାରୀ ଓ ଦପ୍ତରମାନଙ୍କରେ ସିସିଟିଭି ଲଗାଯାଉଥିଲା । ଏହି ୩୫ ବର୍ଷୀୟ ଟେକନିସିଆନ୍ ଜଣକ ୯୬୦୦ ଥର ଗ୍ରାହକଙ୍କ ଆକାଉଣ୍ଟ ଆକ୍ସେସ କରିଥିବା ଜଣାପଡ଼ିଛି । ତେବେ ଅଦାଲତରେ ଆଭିଲ୍ସ ନିଜର ଦୋଷ ସ୍ୱୀକାର କରିଛି । ଏଥିସହ ସେ ସୁନ୍ଦର ଗ୍ରାହକଙ୍କୁ ଗୁପ୍ତରେ ନଜର ରଖିବା ସହ ୪ ବର୍ଷରୁ ଅଧିକ ସମୟ ଧରି ଏହି କାର୍ଯ୍ୟରେ ଲିପ୍ତ ଥିବା କୋର୍ଟଙ୍କୁ ଜଣାଇଛି ।

Get real time updates directly on you device, subscribe now.