(viral video) ଜୀବନ ଚାଲିଯାଉ ହେଲେ ଭିୟୁଜ ଦରକାର…. ବ୍ରିଜ ତଳେ ଝୁଲି ଏମିତି କଲେ ଯୁବକ

ଭିଡିଓ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ଲୋକେ । ଫେମସ୍ ହେବା ଲାଗି ଜୀବନକୁ ବାଜି ।

ଗ୍ୱାହାଟୀ: ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଶହ ଶହ ଭିଡିଓ ଭାଇରାଲ ହେବାରେ ଲାଗୁଛି । କିଛି ଭିଡିଓ ମନୋରଞ୍ଜନର ସଠିକ୍ ଖୋରାକ ଯୋଗାଉଥିବାବେଳେ ଆଉ କିଛି ୟୁଜର୍ସଙ୍କୁ ଚିନ୍ତାରେ ପକାଇ ଦେଇଥାଏ ।

ଏମିତି ଏକ ସମ୍ବେଦନଶୀଳ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି ଯାହାକୁ ଦେଖି ଅନେକ ସୋସିଆଲ ମିଡିଆ ୟୁଜର୍ସ ଚିନ୍ତା ପ୍ରକଟ କରିଛନ୍ତି ।

ଭାରତର ସବୁଠାରୁ ଲମ୍ବା ବ୍ରିଜ୍ ଆସାମର ଡା. ଭୂପେନ ହଜାରିକା ସେତୁରୁ ଏହି ଭିଡିଓ ଉତ୍ତୋଳନ କରାଯାଇଛି । ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବକ ବ୍ରିଜ୍ ତଳେ ଝୁଲି ପୁଲଅପ୍ କରୁଛନ୍ତି ।

ଯାହାକୁ ଦେଖିବା ପରେ ସୋସିଆଳ ମିଡିଆୟୁର୍ସ ଚିନ୍ତା ପ୍ରକଟ କରିଛନ୍ତି । ଯୁବକ ଜଣକ ପୁଲଅପ୍ ମାରୁଥିବାବେଳେ ସେଠାରେ ଉପସ୍ଥିତ କେତେଜଣ ଯୁବକ ଭିଡିଓ ଉତ୍ତୋଳନ କରୁଥିବାର ଦେଖିବାକୁ ମିଳିଛି ।

ସୋସିଆଲ ମିଡିଆରେ ଫେମସ୍ ହେବା ଲାଗି ଆଜିକାଲିର ଯୁବପିଢ଼ି ଏ ପ୍ରକାର କାଣ୍ଡ କରୁଥିବାର ଦେଖିବାକୁ ମିଳିଛି । ଭ୍ୟୁଜ୍ ପାଇଁ ନିଜ ଜୀବନକୁ ପାଣିଛଡ଼ାଇ ଦେଉଥିବାର ମଧ୍ୟ ଅନେକ ସମୟରେ ଦେଖିବାକୁ ମିଳିଛି ।

ରିଲ୍ସ କରୁ କରୁ ବଡ଼ ବଡ଼ ଦୁର୍ଘଟଣା ମଧ୍ୟ ଘଟିଛି । ଏତେସବୁ ପରେ ବି ଆଜି କାଲିର ଯୁବକ ଯୁବତୀମାନେ ସଚେତନ ହେବା ବଦଳରେ ଆହୁରି ସାଂଘାତିକ, ବିପଦପୂର୍ଣ୍ଣ କାଣ୍ଡ ଭିଆଇବାରେ ଲାଗିଛନ୍ତି ।