ଯାଜପୁର: ମୟୁରଭଞ୍ଜରୁ ଚୋରି ହୋଇଥିବା ପିଲା ଯାଜପୁରରେ ଠାବ । ପିଲା ଚୋରି କରିଥିଲେ କିନ୍ନର ବେଶ ଧରିଥିବା ପୁରୁଷ ।
ପିଲା ଚୋରି କରିବା ପରେ କିନ୍ନର ବେଶରେ ରହୁଥିଲେ । ଚୋରଙ୍କୁ ଧରିବାରେ ଯାଜପୁର କିନ୍ନର ସଂଘର ବଡ଼ ଭୂମିକା ରହିଛି ।
ପିଲାଟିକୁ ଉଦ୍ଧାର କରିବା ପରେ ପୋଲିସକୁ ହସ୍ତାନ୍ତର କରିଛନ୍ତି ଯାଜପୁର କିନ୍ନର ସଂଘର ସଦସ୍ୟ ।
ଚୋରମାନେ କହିଛନ୍ତି, ଭୁଲରେ ପିଲାଟିକୁ ଆଣିଥିବା କହିଛନ୍ତି । ପିଲାର ମା’ ତାଙ୍କ ପାଖରେ ପିଲାଟିକୁ ଛାଡ଼ିଦେଇ କେଉଁଆଡେ ଚାଲିଯାଇଥିଲେ । ଡେରି ହେବା କାରଣରୁ କିନ୍ନର ବେଶଧାରୀ ପୁରୁଷ ପିଲାଟିକୁ ନେଇ ଚାଲିଆସିଥିବା କହିଛନ୍ତି ।