fbpx

ସୀମା ଟପିଲା ପାଶବିକତା, ପୁଅକୁ ହତ୍ୟା କରି ପାଣିଟାଙ୍କିରେ ପୂରାଇଲା ବାପା

ବେଙ୍ଗାଲୁରୁ: ବାପା ପୁଅର ସଂପର୍କ ଅମୂଲ୍ୟ । କିନ୍ତୁ ଏହି ବାପା ପୁଅର ସଂପର୍କକୁ ନେଇ ଏବେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା, ଯେଉଁଠାରେ ଜଣେ ବାପା ନିଜ ୧୨ ବର୍ଷର ପୁଅକୁ ହତ୍ୟା କରିଛି, ଖାଲି ସେତିକି ନୁହେଁ ହତ୍ୟା କରିବା ପରେ ଘଟଣାକୁ ଲୁଚାଇବା ପାଇଁ ପୁଅକୁ ଏକ ପାଣି ଟାଙ୍କିରେ ଲୁଚାଇ ମଧ୍ୟ ରଖଥିଲା ।

କର୍ଣ୍ଣାଟକ କୋଲର ଜିଲ୍ଳାରେ ଏହି ଅଭବନୀୟ ଘଟଣା ଦେଖିବାକୁ ମିଳିଛି, ଜଣେ ୩୨ ବର୍ଷୀୟ ଜଣେ ବ୍ୟକ୍ତି ନିଜ ୧୨ ବର୍ଷର ପୁଅକୁ ହତ୍ୟାକରି ପାଣି ଟାଙ୍କିରେ ପୂରାଇ ଦେଇଥିଲେ । ପ୍ରକୃତରେ ବ୍ୟକ୍ତି ଜଣକ ଆଇପିଏଲରେ ବେଟିଂ ନିଶାରେ ମଜ୍ଜି ରହିଥିଲେ ଏବଂ ତାଙ୍କ ପୁଅ ଏହି କଥା ମା’ଙ୍କୁ କହିଦେବାରୁ ସେ ନିଜ ପିଲାକୁ ମାରିଦେଇଥିଲେ । ।

ପୋଲିସ ଅନୂଯାୟୀ ଅଭିଯୁକ୍ତର ମଣିକଣ୍ଟ ଜଣେ ସେଲୁନ୍ ମାଲିକ । ସେ ନିଜ ପୁଅ ନିଖିଲ କୁମାର ହତ୍ୟା କରି ପାଣିଟାଙ୍କିରେ ପୂରାଇ ଦେଇଥିଲା । ପୋଲିସ କହିଛି ଯେ ନିଖିଲ ନିଜ ମା’ଙ୍କୁ ବାପାଙ୍କର ଆଇପିଏଲ ବେଟିଂ  ନିଶା ଏବଂ ଏହାଦ୍ୱାରା ତାଙ୍କର ଆର୍ଥିକ କ୍ଷତି ହୋଇଥିଲା ।  ପ୍ରକୃତରେ ଅନେକ ଲୋକ ମଣିକଣ୍ଟଙ୍କ ଦୋକାନକୁ ଟଙ୍କା ମାଗିବା ପାଇଁ ଆସୁଥିଲେ ଯାହା ମଣିକଣ୍ଟ ସେମାନଙ୍କ ଠାରୁ ନେଇଥିଲେ । ତାଙ୍କ ପୁଅ ଏସବୁ ଦେଖିଥିଲେ ଆଉ ଏହି କଥା ନିଖିଲା ନିଜ ମା’ଙ୍କୁ କହିବା ପରେ ଉଭୟ ପତ୍ନୀ-ପତ୍ନୀଙ୍କ ଝଗଡ଼ା ହୋଇଥିଲା ।

ଆଉ ଯାହାକୁ ନେଇ ରାଗି ଯାଇଥିଲେ ଅଭିଯୁକ୍ତ ବାପା ଗତ ମଙ୍ଗଳବାର ପୁଅକୁ ସ୍କୁଲରେ ଛାଡ଼ିଦେବା ବାହାନାରେ ମୋଟର ସାଇକେଲରେ ବସାଇ ନେଇଯାଇଥିଲେ କିନ୍ତୁ ଅଭିଯୁକ୍ତ ବାପା ପୁଅକୁ ସ୍କୁଲରେ ଛାଡ଼ିବା ବଦଳରେ ତାକୁ ମାରି ଏକ ପାଣିଟାଙ୍କିରେ ପୂରାଇ ଦେଇଥିଲା । ପୋଲିସ ପ୍ରଥମେ ଏହାକୁ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ସନ୍ଦେହ କରୁଥିଲା କିନ୍ତୁ ପରେ ସନ୍ଦେହ ହେବାରୁ ମଣିକଣ୍ଟଙ୍କୁ ଜେରା କରିବା ପରେ ସବୁ ସତକଥା ମାନିଥିଲା ଅଭିଯୁକ୍ତ ବାପା ।

Get real time updates directly on you device, subscribe now.