fbpx

ବିଜେବି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା: ହଷ୍ଟେଲରୁ ମିଳିଲା ମୃତଦେହ

ଭୁବନେଶ୍ୱର: ଭୁବନେଶ୍ୱର ବିଜେବି କଲେଜର ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଜାଣିବାକୁ ମିଳିଛି । କଲେଜ ହଷ୍ଟେଲ ପରିସରରୁ ଛାତ୍ରୀଙ୍କୁ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ବିଜେବି କଲେଜର ଲେଡିଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହି ଘଟଣାକୁ ନେଇ ଏବେ କଲେଜରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଛି ।
ସୂଚନା ଅନୁସାରେ, ବିଜେବି କଲେଜ ଛାତ୍ରୀ ନିବାସ ପରିସରରୁ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ରୀ ଜଣକ ଉକ୍ତ କଲେଜର +୩ ବର୍ଷର ଛାତ୍ରୀ ବୋଲି ଜାଣିବାକୁ ମିଳିଛି । ତେବେ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ଏହାପରେ ଘଟଣାସ୍ଥଳରେ ବଡଗଡ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣା ପଡିନଥିବା ବେଳେ ଆତ୍ମହତ୍ୟାକୁ ନେଇ ଆଲୋଚନା ଜାରି ରହିଛି । ଏହି ଘଟଣା ପରେ ଏବେ ଗକଲେଜ ପରିସରରେ ଉତ୍ତେଜନା ଦେଖାଦେଇଛି ।

Get real time updates directly on you device, subscribe now.