fbpx

ପୋଷା କୁକୁରକୁ ଖାଇବା ଦେବାରେ ହେଲା ବିଳମ୍ବ: ଭାଇକୁ ମାରିଦେଲା ଯୁବକ

କେରଳ: ଆଜିକାଲି ଦୁନିଆରେ ଅଧିକାଂଶ ଲୋକ ରାଗୀ ସ୍ୱଭାବର ହୋଇଥାନ୍ତି । ଛୋଟ ଛୋଟ କଥାରେ ନିଜ ରାଗକୁ ସମ୍ଭାଳି ପାରନଥାନ୍ତି ଏମାନେ । ଫଳରେ ବିଭିନ୍ନ ଅପରାଧମୂଳକ ଘଟଣା କରି ବସନ୍ତି । ଠିକ ସେହିପରି ଏକ ଘଟଣା ଦେଖିବାକୁ ମିଳିଛି କେରଳରେ । ପଲକ୍କଡ ଅଞ୍ଚଳରେ ଜଣେ ବ୍ୟକ୍ତି ପୋଷା କୁକୁରକୁ ଖାଇବା ଦେବାରେ ବିଳମ୍ବ କରିବାକୁ ତାଙ୍କ ଭାଇ ତାଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ଯାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

କେରଳରୁ ଏମିତି ଏକ ଅଦ୍ଭୁତ ଘଟଣା ସାମନାକୁ ଆସିଛି ଯାହା ମଣିଷର ବିକୃତ ମାନସିକତାର ପରିଚୟ ଦେଇଛି । ହକିମ ନାମକ ଜଣେ ଯୁବକ ଏବଂ ଦାଦାଙ୍କ ପୁଅ ଅର୍ଶଦ ଗୋଟିଏ ଘରେ ରହୁଥିଲେ । ହକିମଙ୍କର ବ୍ୟବସାୟ ଥିବା ବେଳେ ଅର୍ଶଦ ମଧ୍ୟ ସେଠାରେ କାମ କରୁଥିଲେ । ତେବେ ହକିମ ଅର୍ଶଦଙ୍କୁ ବାରମ୍ବାର ମାରପିଟ କରୁଥିବା ଅନୁମାନ କରାଯାଉଛି । କିନ୍ତୁ ଏଥର ଏହି ମାରପିଟ ଖୁବ ଭୟଙ୍କର ରୂପ ନେଇଛି । ମାରପିଟ କରୁଥିବା ବେଳେ ଚାଲିଯାଇଛି ଅର୍ଶଦଙ୍କ ଜୀବନ । ତେବେ ବାରମ୍ବାର ମାରପିଟ କରିବାର ମୁଖ୍ୟ କାରଣ ଥିଲା ପୋଷା କୁକୁର । ହକିମଙ୍କର କୁକୁରକୁ ଠିକ ସମୟରେ ଖାଇବାକୁ ନ ଦେବାରୁ ଅର୍ଶଦଙ୍କୁ ବେଲ୍ଟ ଏବଂ ବାଡିରେ ମାଡ ମାରୁଥିଲେ ହକିମ ।

ଅର୍ଶଦଙ୍କୁ ମୃତ ଅବସ୍ଥାରେ ମେଡିକାଲକୁ ଅଣାଯାଇଥିଲା । ଏହି ସମୟରେ ତାଙ୍କ ଦେହରେ ଅନେକ କ୍ଷତ ଚିହ୍ନ ମଧ୍ୟ ଦେଖିବାକୁ ମିଳିଥିଲା । କିନ୍ତୁ ସେ ଛାତରୁ ପଡିଯାଇଥିବା ମେଡିକାଲ କର୍ତ୍ତୃପକ୍ଷଙ୍କୁ କହିଥିଲେ ହକିମ । ତେବେ ହସ୍ପିଟାଲ ତରଫରୁ ପୋଲିସକୁ ଏହି ସୂଚନା ଦେଇଥିଲେ । ପୋଲିସ ଅର୍ଶଦଙ୍କ ହତ୍ୟା ଅଭିଯୋଗରେ ହକିମଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Get real time updates directly on you device, subscribe now.