fbpx

ନୃଶଂସ ସ୍ୱାମୀ, ପାଖରେ ଶୋଇବାକୁ ମନା କରିବାରୁ ପତ୍ନୀଙ୍କୁ କରିଦେଲା ହତ୍ୟା

ମୁମ୍ବାଇ: ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଅନେକ କଥାକୁ ନେଇ ଛୋଟ ମୋଟ ଝଗଡ଼ା ତ’ ହୋଇଥାଏ । କିନ୍ତୁ ଏହି ଝଗଡ଼ା ବେଳେବେଳେ ଉଗ୍ର ରୂପ ନେଇଯାଏ । ଏବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠି ଏକ ଛୋଟ କଥାକୁ ନେଇ ଜଣେ ୫୮ ବର୍ଷୀୟ ବ୍ୟକ୍ତି ନିଜ ପତ୍ନୀଙ୍କୁ ହତ୍ୟା କରିଛନ୍ତି । ମୁମ୍ବାଇ ମଲାଡରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ଯେଉଁଠାରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ପଥରରେ ମାରି ହତ୍ୟ କରିଛନ୍ତି ଆଉ ତାହାବି ପୁଣି କେବଳ ପତ୍ନୀ ନିଜ ପାଖରେ ଶୋଇବାକୁ ମନା କରିବାରୁ  । ତେବେ ସେ ପୋଲିସ ପାଖରେ ଆତ୍ମ ସମର୍ପଣ କରିଛନ୍ତିି । ବ୍ୟକ୍ତିଙ୍କ ବିରୋଧରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି ।

ପୋଲିସ ଅଭଯୁକ୍ତଙ୍କୁ ଚିହ୍ନଟ କରିଛି  । ତାଙ୍କ ନାଁ ଜ୍ଞାନଦେବ ଗନପତ ବାଲାଡେ । ପୋଲିସ ପଚରାଉଚରାରୁ ଜଣା ପଡ଼ିଥିଲା ଯେ ସ୍ୱାମୀ ଜଣକ ନିଜ ୪୮ ବର୍ଷୀୟ ସ୍ତ୍ରୀ ବିଜୟମାଳା ବାଲାଡେଙ୍କୁ ହତ୍ୟା କରିଥିଲେ ଯେତେବେଳେ ତାଙ୍କ ସ୍ତ୍ରୀ ତାଙ୍କୁ ନିଜ ପାଖରେ ଶୋଇବାକୁ ମନା କରିଥିଲେ । ଏହାକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଆଉ ଯେତେବେଳେ କଥା ଉଗ୍ର ରୂପ ଧାରଣ କରିଥିଲା, ସେତେବେଳେ ରାଗରେ ବ୍ୟକ୍ତି ଜଣଙ୍କ ଏକ ପଥର ସ୍ଲାବ ପତ୍ନୀଙ୍କ ମୁଣ୍ଡକୁ ଫୋପାଡ଼ିଥିଲେ ଯେଉଁଥିରେ ତାଙ୍କ ମୁଣ୍ଡକୁ ଗୁରୁତର ଆଘାତ ପହଞ୍ଚିଥିଲା ଏବଂ ଦେଖୁ ଦେଖୁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଯେତେବେଳେ ସ୍ୱାମୀ ପ୍ରକୃତିସ୍ଥ ହୋଇଥିଲେ ସେ ପୋଲିସ ଥାନାକୁ ଯାଇ ନିଜ ଦୋଷ ସ୍ୱୀକାର କରିଥିଲେ ।

ତେବେ ପୋଲିସ କହିଛି ଯେ ସଙ୍ଗେ ସଙ୍ଗେ ଘଟଣା ସ୍ଥଳକୁ ଏକ ଟିମ୍ ପଠାଯାଇଥିଲା କିନ୍ତୁ ସେତେବେଳେ ମହିଳାଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ତାଙ୍କର ମୃତ ଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା ଏବଂ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।

Get real time updates directly on you device, subscribe now.