fbpx

ଗୋଟିଏ ଦିନରେ ୭ ଜଣ ଅଲଗା ଅଲଗା ଯୁବତୀଙ୍କୁ କଲେ ବିବାହ, ଟାର୍ଗେଟ୍ ରହିଛି ଶହେ ସନ୍ତାନ

Advertisement

କାମ୍ପାଲା: ଉଗାଣ୍ଡାରେ ରହୁଥିବା ଜଣେ ବ୍ୟକ୍ତି ଗୋଟିଏ ଦିନରେ ୭ ଜଣ ଅଲଗା ଅଲଗା ଯୁବତୀଙ୍କୁ ବିବାହ କରିଛନ୍ତି । ଏହି ଯୁବତୀଙ୍କ ମଧ୍ୟରେ ଦୁଇଜଣ ଭଉଣୀ ବି ଅଛନ୍ତି । ଉଗାଣ୍ଡାର ପ୍ରସିଦ୍ଧ ପାରମ୍ପାରିକ ଚିକିତ୍ସକ ହବିବ ଏନସିକୋନ୍ ଗତ କିଛିଦିନ ତଳେ ଏହି ବିବାହ କରିଛନ୍ତି ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଜୋର ଧରିଛି । ୪୩ ବର୍ଷୀୟ ହବିବ କହିଛନ୍ତି ସେ ଆହୁରି ବି ପତ୍ନୀ ରଖିବାକୁ ଯୋଜନା କରିଛନ୍ତି । କାରଣ ତାଙ୍କ ଲକ୍ଷ୍ୟ ରହିଛି ୧୦୦ ସନ୍ତାନ ଲାଭ କରିବା । ହବିବ କହିଛନ୍ତି ଆମ ପରିବାର ବହୁତ ଛୋଟ । ତେଣୁ ମୁଁ ପରିବାର ବଢେଇବା ଲାଗି ବହୁ ସନ୍ତାନ ଜନ୍ମ ଦେବାକୁ ଚାହୁଁଛି ।

ବିବାହ ପରେ ସେ ନିଜର ସମସ୍ତ ପତ୍ନୀଙ୍କୁ ନୂଆ କାର୍ ଉପହାର ଦେବା ସହ ସେମାନଙ୍କ ପିତାମାତାଙ୍କୁ ବି ବହୁତ ଭଲ ଭଲ ଉପହାର ଦେଇଛନ୍ତି । ତେବେ ଏହା ହବିବଙ୍କର ପ୍ରଥମ ବିବାହ ନୁହେଁ କାରଣ ଏହାର ୭ ବର୍ଷ ପୂର୍ବରୁ ମଧ୍ୟ ସେ ବିବାହ କରିଥିଲେ ଓ ସେହି ପତ୍ନୀଙ୍କ ନାମ ହେଉଛି ମୁସାନ୍ୟୁସା ।

ହବିବ ସମସ୍ତ ଯୁବତୀଙ୍କ ଘରକୁ ଯାଇ ପାରମ୍ପରିକ ସମାରୋହରେ ଅଲଗା ଅଲଗା ଭାବରେ ସମସ୍ତଙ୍କୁ ବିବାହ କରିଛନ୍ତି । ଏହାପରେ ଏକ ରିସେପସନ୍ର ଆୟୋଜନ କରିଥିଲେ ଯେଉଁଥିରେ ସମସ୍ତେ ସାମିଲ ହୋଇଥିଲେ । ବର ୪୦ ଲିମୋ କାର୍ ଓ ୩୦ ମୋଟରସାଇକେଲ ବେଡ୍ରେ ଷ୍ଟାଇଲିସ ଢଙ୍ଗରେ ପହଞ୍ଚିଥିଲେ । ଏକ ଆକର୍ଷଣୀୟ ସଙ୍ଗୀତ କାର୍ଯ୍ୟକ୍ରମ ଜାରିଆରେ ସମସ୍ତ ଅତିଥିଙ୍କୁ ସ୍ୱାଗତ କରାଯାଇଥିଲା ।

ସ୍ୱାଗତ ସମାରୋହରେ ହବିବ ନିଜର ସମସ୍ତ ପତ୍ନୀଙ୍କୁ ପ୍ରଶଂସା କରି କହିଥିଲେ, ମୋ ପତ୍ନୀମାନଙ୍କ ମଧ୍ୟରେ ପରସ୍ପରକୁ ନେଇ କୌଣସି ଇର୍ଷା ଭାବ ନାହିଁ । ମୁଁ ଏକ ବଡ ସୁଖୀ ବଡ ପରିବାର ଗଢିବା ଲାଗି ଏକା ସାଙ୍ଗରେ ସମସ୍ତଙ୍କୁ ବିବାହ କରିଛି । ବିବାହ ପରେ ହବିବ ଓ ତାଙ୍କ ପତ୍ନୀମାନଙ୍କୁ ସାଇକେଲ ଚାଳକ ଓ ମୋଟରବାଇକରେ ଏକ ଜୁଲୁସରେ ନିଆଯାଇଥିଲା । ହବିବଙ୍କ ପିତା କହିଛନ୍ତି ଉଗାଣ୍ଡାରେ ବହୁ ବିବାହ ଆଇନତଃ ବୈଧ ଅଟେ ।

Get real time updates directly on you device, subscribe now.