fbpx

୫୦୦ ଟଙ୍କା ଓ ମୋବାଇଲ ପାଇଁ ଯୁବକଙ୍କୁ ହତ୍ୟା, ୩ ଜଣ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀର ମାଣ୍ଡୋଲି ଅଞ୍ଚଳରେ ଏକ ହତ୍ୟାକାଣ୍ଡ ଘଟିଛି । ଜଣେ ବ୍ୟକ୍ତିଙ୍କ ଠାରୁ ୫୦୦ ଟଙ୍କା ଏବଂ ମୋବାଇଲ ଫୋନ ଛଡାଇବାକୁ ଚେଷ୍ଟା କରିଥିଲେ ଦୁବୃତ୍ତ । ଯୁବକ ଜଣଙ୍କ ଯେତେବେଳେ ଏହାକୁ ବିରୋଧ କରିଥିଲେ ଦୁବୃତ୍ତ ତାଙ୍କ ଉପରେ ଛୁରୀରେ ଆକ୍ରମଣ କରିଥିଲେ । ଯାହା ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଥିଲା ।

୧ ସେପ୍ଟେମ୍ବରରେ ଦିଲ୍ଲୀର ହର୍ଷ ବିହାର କ୍ଷେତ୍ରରେ ଏହି ଘଟଣା ଘଟିଥିଲା । ଦୁବୃତ୍ତ ଯୁବକ ଜଣଙ୍କୁ ମାଣ୍ଡେଲାର ଏକ ଏକାନ୍ତ ସ୍ଥାନରେ ଲୁଟ କରିବାକୁ ଚେଷ୍ଟା କରିଥିଲେ । ଯୁବକ ଜଣକ ଏହାର ବିରୋଧ କରିବାରୁ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଜଣେ ଦୁବୃତ୍ତ ତାଙ୍କୁ ପଛରୁ ଧରି ଥିଲା ଏବଂ ଅନ୍ୟ ଜଣେ ଅପରାଧି ତାଙ୍କ ଉପରେ ଛୁରୀରେ ଆକ୍ରମଣ କରିଥିଲା । ଯୁବକଙ୍କ ମୃତ୍ୟୁ ଘଟିବା ପରେ ତାଙ୍କ ମୋବାଇଲ ଫୋନ ଏବଂ ୫୦୦ ଟଙ୍କା ନେଇ ଫେରାର ହୋଇଥିଲେ ଅପରାଧି । ହତ୍ୟା ଘଟଣାରେ ଶିକାର ହୋଇଥିବା ଯୁବକଙ୍କ ନା ହେଉଛି ସଲମାନ ଏବଂ ତାଙ୍କ ବୟସ ୨୫ ବର୍ଷ ।

ତେବେ ଏହି ଘଟଣା ସହିତ ଜଡିତଥିବା ବ୍ୟକ୍ତି ଅଭିଷେକ ଠାକୁରକୁ ପୋଲିସ ଗିରଫ କରିଛି । ଗିରଫ ହୋଇଥିବା ଦୁଇଜଣ ନାବାଳକ ବୋଲି ଜଣା ପଡିଛି । ଅଉ ଜଣେ ଅପରାଧି ଏବେ ଫେରାର ଅଛି ।

Get real time updates directly on you device, subscribe now.