fbpx

ଗୋଟିଏ କୋଲଡ୍ରିଂକ୍ସ ବୋତଲର ଦାମ୍ ୩୬ ଲକ୍ଷ ! ଡିସକାଉଣ୍ଟ୍ ଲୋଭରେ ଫସିଗଲେ ଯୁବକ

ୱାଶିଂଟନ୍: କୋଲଡ୍ରିଂକ୍ସର ସମୂର୍ଣ୍ଣ ଟଙ୍କା ନଦେଇ ଆମେରିକାର ଜଣେ ବ୍ୟକ୍ତିଙ୍କୁ ଅଧିକ ମୂଲ୍ୟ ଦେବାକୁ ପଡିବ । ଅଭିଯୁକ୍ତଙ୍କ ଉପରେ ୫୦,୦୦୦ ଡଲାର ଅର୍ଥାତ୍ ୩୬ ଲକ୍ଷ ଟଙ୍କାର ଜରିମାନା ଲାଗିଛି । କେବଳ ଏତିକି ନୁହେଁ, ତାଙ୍କୁ ୭ ବର୍ଷ ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡିପାରେ । ଅନ୍ୟପଟେ ଏହି ଛୋଟ ଭୁଲ ପାଇଁ ଏତେ ବଡ଼ ଦଣ୍ଡ ନଦେବାକୁ କୋର୍ଟରେ ଗୁହାରି କରିଛନ୍ତି ଅଭିଯୁକ୍ତ ବ୍ୟକ୍ତି । ସେ ୩୬ ଳକ୍ଷ ଟଙ୍କା ଦେବାକୁ ସକ୍ଷମ ନୁହଁନ୍ତି ବୋଲି କହିଛନ୍ତି ।

ରିପୋର୍ଟ ଅନୁସାରେ, ଆମେରିକାର ରହୁଥିବା ୩୮ ବର୍ଷୀୟ ଜୋସେଫ ସୋବୋଲେୱିକ୍ସିଙ୍କୁ ପୋଲିସ  କୋଲଡ୍ରିଂକ୍ସର ସମ୍ପୂର୍ଣ୍ଣ ଟଙ୍କା ନଦେବାରୁ ଗିରଫ କରିଛି । ଖବର ମୁତାବକ, ଜୋସେଫ ୨୩ ଅଗଷ୍ଟ ଦିନ ଏକ ଷ୍ଟୋରକୁ ଯାଇଥିଲେ । ସେହି ଷ୍ଟୋରରେ  କୋଲଡ୍ରିଂକ୍ସ   ବୋତଲ ଉପରେ ଡିସକାଉଣ୍ଟ ମିଳୁଥିଲା । ଡିସକାଉଣ୍ଟ ଚକ୍କରରେ ସେ  କୋଲଡ୍ରିଂକ୍ସର ପୁରା ଟଙ୍କା ନଦେଇ ଚାଲିଆସିଥିଲେ ।

ତେବେ ଷ୍ଟୋରରେ ଏକ ବୋର୍ଡ ଲଗାଯାଇଥିଲା, ଯେଉଁଥିରେ ଲେଖାଥିଲା ‘୩ ଡଲାରରେ ୨ ବୋତଲ’ । ଜୋସେଫ କାଉଣ୍ଟରରେ ୨ ଡଲାର ଦେଇ ଗୋଟିଏ ବୋତଲ ନେଇ ଚାଲିଆସିଥିଲେ । କିନ୍ତୁ ଏହି ଅଫର ସେତେବେଳେ ମିଳିବ, ଯେତେବେଳେ ଆପଣ ୨ଟି ବୋତଲ କିଣିବେ । ଅର୍ଥାତ୍ ଗୋଟିଏ ବୋତଲର ୨.୨୯ ଡଲାରର ଥିଲା । କ୍ୟାସିଅରକୁ ଏକଥା ଜଣାପଡିବା ପରେ ସେ ଜୋସେଫଙ୍କ ପଛରେ ଧାଇଁଥିଲେ, କିନ୍ତୁ ସେତେବେଳକୁ ସେ ନିଜ କାରରେ ବସି ପଳାଇଥିଲେ । ଏହାକୁ ନେଇ କ୍ୟାସିଅର ପୋଲିସକୁ ଫୋନ କରି ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି ଜେଲରେ ଭର୍ତ୍ତି କରିଛି ।

Get real time updates directly on you device, subscribe now.