(Viral video) ଭିଡିଓ ନିଶା, ମୁହଁରୁ ଉଡ଼ାଉଥିଲେ ନିଆଁ… ତାପରେ ହେଲା ଏମିତି…
ଯୁବକ ଜଣଙ୍କ ଷ୍ଟଣ୍ଟ ପାଇଁ କିଛି ଏମିତି କଲେ ଯାହା ତାଙ୍କ ଜୀବନ ପ୍ରତି ବିପଦ ଆଣିଛି।
ନୂଆଦିଲ୍ଲୀ: ଯୁବପିଢ଼ୀଙ୍କୁ ରିଲ୍ସ କରିଛି ପାଗଳ। ଭ୍ୟୁ, ଲାଇକ୍ ପାଇଁ ବିପଦକୁ ଡାକି ଆଣୁଛନ୍ତି। ଆଜିର ସମୟରେ ଲୋକମାନେ ଷ୍ଟଣ୍ଟ କରିବା ପାଇଁ ପାଗଳ ହେଉଛନ୍ତି। ଷ୍ର ଭିଡିକୁ ସୋସିଆଲ ମିଡିଆରେ ପୋଷ୍ଟ କରି ଲାଇକ୍, ଭ୍ୟୁ ନେବାକୁ ପାଗଳ ହେଉଛନ୍ତି ଯୁବପୀଢ଼ି। ଏସବୁ କରିବାକୁ ଯାଇ ଜୀବନକୁ ବିପଦରେ ମଧ୍ୟ ପକାଇ ଦେଉଛନ୍ତି।
ଏହି ପରି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଯୁବକ ଜଣଙ୍କ ଷ୍ଟଣ୍ଟ ପାଇଁ କିଛି ଏମିତି କଲେ ଯାହା ତାଙ୍କ ଜୀବନ ପ୍ରତି ବିପଦ ଆଣିଛି।
ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯାହାକୁ ଲୋକେ ଦେଖି ଆଶ୍ଚର୍ଯ୍ୟ ମଧ୍ୟ ହୋଇଛନ୍ତି। ଏକ୍ସରେ ଏହି ଭିଡିଓକୁ ଜଣେ ବ୍ୟକ୍ତି ପୋଷ୍ଟ କରିଛନ୍ତି।
ଭିଡିଓରେ ଦେଖିବାକୁ ମିଳୁଛି ଜଣେ ଯୁବକ ଜଣଙ୍କ ମୁହଁରେ ପେଟ୍ରୋଲ ଢ଼ାଳି ନିଆଁ ଉଡ଼ାଇ ଷ୍ଟଣ୍ଟ କରୁଥିଲେ। ହେଲେ ନିଆଁ ମୁହଁକୁ ଫେରିଆସି ଯୁବକଙ୍କ ମୁହଁରେ ଲାଗିଯାଇଥିଲା।
एक छपरी धरती से कम होने से बाल बाल बच गया 😂
रोल जमाने के चक्कर में पोपट हो गया 😂 pic.twitter.com/Lo4lRE7frp— Reetesh Pal (@PalsSkit) July 17, 2025
ଯୁବକଙ୍କୁ ଉଦ୍ଧାର କରିବାକୁ ପାଖରେ ଥିବା ଯୁବକ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁ ଲିଭିବା ପରିବର୍ତ୍ତେ ପାଖରେ ଥିବା ଲୋକଙ୍କ ଦେହରେ ଲାଗିଯାଇଥିଲା। ନିଆଁ ପାଇଁ ପାଖାପାଖି ୪ଜଣ ଯୁବକ ଗୁରୁତର ଆହାତ ହୋଇଛନ୍ତି। ଡିଜେ ଗାଡ଼ି ଉପରେ ଠିଆ ହୋଇ ଏଭଳି ଷ୍ଟଣ୍ଟ କରୁଥିଲେ ଯୁବକ।
ଏହି ଭିଡିଓ ଏବେ ସୋସିଆଲ ଭିଢିଆରେ ଭାଇରାଲ ହେଉଛି। କିଛି ଲୋକଙ୍କ କମେଣ୍ଟ, ଲାଇକ୍ ସହ ଭ୍ୟୁ ପାଇଁ ଏଭଳି ଦୁଃସାହାସିକ କାର୍ଯ୍ୟ କରିବାକୁ ଲୋକେ ପଛ ଘୁଞ୍ଚା ଦେଉନାହାଁନ୍ତି। ଫଳରେ ନିଜ ଜୀବନକୁ ମୃତ୍ୟୁ ମୁଖରେ ପକାଉଛନ୍ତି।