fbpx
BSKY SKY
BSKY SKY

ମଦ ପିଇବାକୁ ବାରଣ କରିବାରୁ ସ୍ତ୍ରୀକୁ କିରୋସିନି ଢାଳି ନିଆଁ ଲଗାଇ ଦେଲା ସ୍ୱାମୀ

BSKY

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଦ୍ୱାରକା ଜିଲ୍ଲାର ଡାବ୍ରି ଅଞ୍ଚଳରେ ମଦ୍ୟପାନକୁ ନେଇ ଝଗଡ଼ା ହେବାରୁ ଜଣେ ବ୍ୟକ୍ତି ନିଜ ୩୨ ବର୍ଷୀୟା ପତ୍ନୀଙ୍କୁ ନିଆଁ ଲଗାଇ ଦେଇଛନ୍ତି। ନରେନ୍ଦ୍ର ନାମକ ଜଣେ ବ୍ୟକ୍ତି ଗୁରୁବାର ପତ୍ନୀ ବିନିତାଙ୍କୁ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ପତ୍ନୀଙ୍କୁ ପୋଡ଼ି ଦେବା ଅଭିଯୋଗରେ ସ୍ୱାମୀ ନରେନ୍ଦ୍ର ଗିରଫ ହୋଇଛନ୍ତି। ଦିଲ୍ଲୀ ପୁଲିସ ଅଧିକାରୀ କହିଛନ୍ତି, ପଡ଼ୋଶୀଙ୍କ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଥିଲା।

ବିନିତାଙ୍କୁ ଦୀନଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ବିନିତା ତାଙ୍କ ସ୍ୱାମୀଙ୍କ ମଦ୍ୟପାନ ଅଭ୍ୟାସରେ ଅସନ୍ତୁଷ୍ଟ ଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥିଲା। ଏହି ଘଟଣାରେ ଡାବ୍ରି ଥାନା ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି। ଏହାକୁ ନେଇ ଗୁରୁବାର ଉଭୟଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା। ବିନିତାଙ୍କ ପଡ଼ୋଶୀମାନେ ପୁଲିସକୁ କହିଛନ୍ତି ଯେ ଗୁରୁବାର ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା, ଯାହା ପରେ ନରେନ୍ଦ୍ର ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ।

ଏହି ମାମଲାରେ ପୀଡ଼ିତା କହିଛନ୍ତି ଯେ ତାଙ୍କ ସ୍ୱାମୀ ମଦ୍ୟପାନ କରନ୍ତି। ଏହାକୁ ନେଇ ତାଙ୍କ ସ୍ୱାମୀଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା। ମଦ ପିଇବାକୁ ମନା କରିବାରୁ ସ୍ୱାମୀ କିରୋସିନ ତେଲ ଢାଳି ନିଆଁ ଲଗାଇ ଦେଇଥିଲେ। ନିଆଁ ଲଗାଇବା ପରେ ସ୍ୱାମୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୀଡ଼ିତାଙ୍କ ବୟାନ କୁ ଭିତ୍ତି କରି ଡବ୍ରି ପୁଲିସ ଆଇପିସିର ଧାରା ୩୦୭ ଅନୁଯାୟୀ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି।

Get real time updates directly on you device, subscribe now.