fbpx

ଷଣ୍ଢର ଶିଙ୍ଗ ଧରି ହେଉଥିଲେ ବାହୁବଳୀ: ଉପରକୁ ଉଠାଇ ତଳେ କଚାଡ଼ି ଦେଲା ଷଣ୍ଢ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ଅନେକ ଲୋକ ନିଜର ପରିଚୟ ସୃଷ୍ଟି କରିବା ପାଇଁ ଭିନ୍ନ କିଛି କରିବାକୁ ଚେଷ୍ଟା କରନ୍ତି । ଅନେକ ଲୋକ ନିଜର ଷ୍ଟଣ୍ଟ ଦେଖାଇବାକୁ ଯାଇ କ୍ଷତିଗ୍ରସ୍ତ ମଧ୍ୟ ହୋଇଥାନ୍ତି । ଏପରିକି ଜୀବନ ପ୍ରତି ବିପଦ ମଧ୍ୟ ଥାଏ କିମ୍ବା ଗୁରୁତର ଆଘାତ ମଧ୍ୟ ପାଇଥାନ୍ତି । ତେବେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ଷଣ୍ଢର ଶିଙ୍ଗ ଧରି ଲଢିିବାକୁ ଯାଉଥିଲେ । କିନ୍ତୁ ୨ ସେକେଣ୍ଡ ମଧ୍ୟରେ ଷଣ୍ଢଟି ବ୍ୟକ୍ତିଙ୍କୁ ଶିଙ୍ଗରେ ଫୋପାଡି ଦେଇ ତଳେ ପକାଇ ଦେଇଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଭାଇରାଲ ହେଉଥିବା ଏହି ଭିଡିଓରେ ଏହା ଦେଖିବାକୁ ମଳିଛି ଯେ ଜଣେ ବ୍ୟକ୍ତି କିପରି ଷଣ୍ଢ ସହିତ ଲଢିବା ଆରମ୍ଭ କରୁଛି । ଷଣ୍ଢ ୨ ସେକେଣ୍ଡ ପର୍ଯ୍ୟନ୍ତ ନଜର ରଖୁଛି, କିନ୍ତୁ ପରେ ଷଣ୍ଢଟି ନିଜର ଶକ୍ତି ଦେଖାଇ ବ୍ୟକ୍ତିଙ୍କୁ ଭୂମିରେ ଫୋପାଡି ଦେଇଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଉକ୍ତ ବ୍ୟକ୍ତିଙ୍କ ଉପରେ ବିରକ୍ତି ପ୍ରକାଶ କରିଛନ୍ତି ଏବଂ କମେଣ୍ଟ ମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ତେବେ ଏହି ଭିଡିଓରେ ଦେଖାଯାଇଥିବା ଷ୍ଟଣ୍ଟରୁ ଦୂରେଇ ରହିବା ଉଚିତ ।

 

ଏହି ଭାଇରାଲ ଭିଡିଓ ଟ୍ୱିଟରରେ ପୋଷ୍ଟ କରାଯାଇଛି । ଏହି ଭିଡିଓଟି “ଦ ବେଷ୍ଟ ଭାଇରାଲ’ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀଙ୍କ ଦ୍ୱାରା ସେୟାର କରାଯାଇଛି । ଏହି ଭିଡିଓଟି ୪୦ ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି । ଏହି ସମୟରେ, ଏହି ଭିଡିଓରେ ଅନେକ ଲୋକଙ୍କ କମେଣ୍ଟ ମଧ୍ୟ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.