“ମୋତେ କଲିଜା ଆଉ ରକ୍ତ ଦେ… ତୋ ସ୍ତ୍ରୀକୁ ମୁଁ ଫେରାଇ ଆଣିବି”
ଭଣଜା ତଣ୍ଟି କାଟିଦେଲା ମାମୁଁ । ସ୍ତ୍ରୀ ଲୋଭରେ ମାମୁଁ କଲା ଜଘନ୍ୟ କାଣ୍ଡ ।
ଜୟପୁର: ରାଜସ୍ଥାନ ଅଲୱର ଜିଲ୍ଲା ସରାଇ କଲାନ ଗ୍ରାମରେ ଘଟିଯାଇଛି ଏକ ଜଘନ୍ୟ କାଣ୍ଡ । ସ୍ତ୍ରୀ ଲୋଭରେ ସ୍ୱାମୀ ନିଜ ଭଣଜାକୁ ହତ୍ୟା କରିଛି ।
ଜୁଲାଇ ୧୯ରେ ଲୋକେଶ ନାମକ ବାଳକ ଘରେ ନ ମିଳିବାରୁ ଘର ଲୋକେ ସ୍ଥାନୀୟ ପୋଲିସ ଷ୍ଟେଶନରେ ଅଭିଯୋଗ କଲେ । ବହୁ ଖୋଜା ଖୋଜି ପରେ ନିକଟସ୍ଥ ଏକ ଭଙ୍ଗା ଘର ଭିତରୁ ନାବାଳକର ମୃତଦେହ ମିଳିଲା ।
ଗୁଣିଗାରେଡ଼ି
ଲୋକେଶଙ୍କ ମୃତଦେହ ମିଳିବାର ୨ ଦିନ ପରେ ତା’ ସମ୍ପର୍କୀୟ ମାମୁଁଙ୍କୁ ଗିରଫ କଲା ପୋଲିସ । ତଦନ୍ତ ମୁତାବକ, ଲୋକେଶଙ୍କ ମାମୁଁ ମନୋଜ ହିଁ କୁନି ବାଳକକୁ ହତ୍ୟା କରିଛି । ଗୁଣିଗାରେଡି ପାଇଁ ନାବାଳକକୁ ତା’ ମାମୁଁ ହତ୍ୟା କରିଥିବା ଜଣାପଡ଼ିଛି ।
ଅଭିଯୁକ୍ତ ମନୋଜର ସ୍ତ୍ରୀ’ ତାକୁ ଛାଡ଼ି ଚାଲିଯାଇଛି । ଘରୋଇ କଳିକୁ କେନ୍ଦ୍ର କରି ମନୋଜର ସ୍ତ୍ରୀ ତାକୁ ଛାଡ଼ି ଚାଲିଯାଇଥିଲା । ଏହାପରେ ସ୍ତ୍ରୀଙ୍କୁ ଘରକୁ ପୁଣିଥରେ ଫେରାଇ ଆଣିବା ପାଇଁ ମନୋଜ ବିଭିନ୍ନ ପ୍ରକାର ଉପାୟ ଆପଣାଇବାରେ ଲାଗିଥିଲା ।
ଯେଉଁ କାରଣରୁ ମନୋଜ ଗୁଣିଗାରେଡିର ଆଶ୍ରୟ ମଧ୍ୟ ନେଇଥିଲା । ଏ ନେଇ ମନୋଜ ସୁନୀଲ କୁମାର ନାମକ ବ୍ୟକ୍ତିର ସାହାଯ୍ୟ ନେଉଥିଲା । ସୁନୀଲ ନିଜକୁ ଜଣେ ତାନ୍ତ୍ରୀକ ବୋଲି କହୁଥିଲା ।
ମନୋଜଙ୍କ ସ୍ତ୍ରୀଙ୍କୁ ଫେରାଇ ଆଣିବା ପାଇଁ ସୁନୀଲ ୧୨ ହଜାର ଟଙ୍କା ସାଙ୍ଗକୁ ଛୋଟ ଛୁଆର କଲିଜା ଓ ରକ୍ତ ଦରକାର ବୋଲି କହିଥିଲା । ଯାହାଫଳରେ ମନୋଜ ଭଣଜାକୁ ହତ୍ୟା କରିବାର ଯୋଜନା ପ୍ରସ୍ତୁତ କଲା ।
ସ୍ତ୍ରୀ’ ପ୍ରେମ
ଭଉଣୀ, ଭେଣେଇ ଘରେ ନ ଥିବାବେଳେ ଚକୋଲେଟ୍ ବାହାନାରେ ମନୋଜ ଭଣଜା ଲୋକେଶକୁ ବାହାରକୁ ନେଇ ଯାଇଥିଲା । ଏକ ଭଙ୍ଗା ଘର ଭିତରେ ଲୋକେଶଙ୍କ ଗଳାକାଟି ହତ୍ୟାକରିବା ପରେ ସିରିଞ୍ଜ ସାହାଯ୍ୟରେ ଦେହରୁ ରକ୍ତ ସଂଗ୍ରହ କରିବାକୁ ଲାଗିଲେ ।
ରକ୍ତ ସଂଗ୍ରହ କରିବା ପରେ ଭଙ୍ଗା ଘରେ ମୃତଦେହକୁ ରଖି ମନୋଜ ଓ ସୁନୀଲ ଚାଲିଆସିଲେ । କିଛି ସମୟ ପରେ ଲୋକେଶ ପେଟ ଚିରି କଲିଜା ବାହାର କରିବାର ଯୋଜନା ସେମାନେ କରିଥିଲେ ।
ବନ୍ଧାହେଲା
କିନ୍ତୁ ଲୋକେଶକୁ ନ ପାଇ ଘର ଲୋକ ଥାନାରେ ଅଭିଯୋଗ କରିବା ସହ ପୋଲିସ ଟିମର ଖୋଜାଖୋଜି ଆରମ୍ଭ ହୋଇଯାଇଥିଲା । ଯାହାଫଳରେ କଲିଜା ବାହାର କରିପାରି ନ ଥିଲା ମନୋଜ ।
ସ୍ଥାନୀୟ ପୋଲିସର ପ୍ରାଥମିକ ତଦନ୍ତ ଆଧାରରେ ମନୋଜ ସନ୍ଦେହ ଘେରକୁ ଆସିଥିଲେ । ଏହାପରେ ପୋଲିସ ମନୋଜକୁ ଅଧିକ ପଚରାଉଚରା କରିଥିଲା, ଯାହାପରେ ଅଧିକାରୀଙ୍କ ସାମ୍ନାରେ ପୋଲିସ ସବୁ ସତ ମାନିଯାଇଥିଲା ।
ପୋଲିସର ସ୍ୱତନ୍ତ୍ର ଟିମ୍ ଘଟଣାର ଛାନଭିନ୍ ଚଳାଇଛି ।