fbpx

(Video) ଭୟଙ୍କର ଅଜଗର ସାଙ୍ଗରେ ଗାଧଉଛନ୍ତି ବ୍ୟକ୍ତି, ଜାଣନ୍ତୁ ସାପକୁ ନେଇ କ’ଣ କହୁଛନ୍ତି ଏକ୍ସପର୍ଟ

ନୂଆଦିଲ୍ଲୀ: ଦୁନିଆରେ ଲୋକେ ଭିଡିଓ ମାଧ୍ୟମରେ ଲୋକପ୍ରିୟତା ହାସଲ କରିବାକୁ କିଛି ବି କାର୍ଯ୍ୟ କରିବାକୁ ପଛାଉନାହାନ୍ତି । କିଏ କିଏ ବାଇକ,କାର, ଟ୍ରେନରୁ ଷ୍ଟଣ୍ଟ ମାରିବା ଦେଖିବାକୁ ମିଳୁଥିବା ବେଳେ ବର୍ତ୍ତମାନ ଏହିପରି ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭାଇରାଲ ଭିଡିଓରେ ଜଣେ ବ୍ୟକ୍ତି ଏକ ଭୟଙ୍କର ମୋଟା ଅଜଗର ସହ ଗାଧଉଥିବା ନଜର ଆସିଛି । ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ଆସନ୍ତୁ ଜାଣିବା ଏହି ଭିଡିଓର ଖାସ ଜିନିଷ ବିଷୟରେ..

ଏହି ଭିଡିଓରେ ବ୍ୟକ୍ତି ଜଣକ ଥଣ୍ଡା ପାଣିରେ ଅଜଗର ସହ ବାଥରୁମରେ ଆନନ୍ଦ ନେଇ ଗାଉଥିବା ନଜର ଆସିଛି । ଏଥିସହ ଅଜଗର ମଧ୍ୟ ଖୁବ ଆନନ୍ଦ ନେଇ ବ୍ୟକ୍ତିଙ୍କ ସହ ଗାଧଉଛି । ସରୀସୃପରାଗି ପ୍ରଜାତିର ଅଟନ୍ତି, ସେ କାହା ସହ କଣ କରିବେ ତାହା କହିହେବନି । ଅଜଗର ମଧ୍ୟରେ ବିଷ ନାହିଁ ସତ ହେଲେ ସେ ଯଦି ଜଣେ ବ୍ୟକ୍ତିକୁ କାମୁଡେ ଥରକେ ଅଧା କିଲୋ ମାଂସ ନେଇଯିବ । ଏକ୍ସପର୍ଟଙ୍କ କହିବାନୁଯାୟୀ, ଅଜଗର ଏବଂ ସାପ କେବେବି ପାଳିତ ନୁହଁନ୍ତି । ଏମାନେ ନିଜ ମନ ମୁତାବକ କାର୍ଯ୍ୟ କରନ୍ତି । ଯେପର୍ଯ୍ୟନ୍ତ ଏମାନେ ବିପଦ ଅନୁଭବ ନ କରନ୍ତି ସେପର୍ଯ୍ୟନ୍ତ ସେମାନେ ଆକ୍ରମଣ କରନ୍ତି ନାହିଁ । ବ୍ୟକ୍ତିଙ୍କ ଅନେକ ଭୁଲ ପାଇଁ ସେମାନଙ୍କ ଜୀବନ ଚାଲିଯାଇଥାଏ ।

ଏହି ଭିଡିଓଟିକୁ world_of_snakes_  ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର କରାଯାଇଛି, ଯାହାକୁ ଏପର୍ଯ୍ୟନ୍ତ ୧ ଲକ୍ଷ ୪୯ ହଜାରରୁ ଅଧିକ ଥର ଦେଖାଯାଇସାରିଛି, ସେହିପରି ଅନେକ ଲୋକେ ଭିଡିଓକୁ ଲାଇକ ମଧ୍ୟ କରିଛନ୍ତି । ଏଥିରେ ଲୋକମାନେ ଭିନ୍ନ ଭିନ୍ନ ପ୍ରକାର ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି ।

Get real time updates directly on you device, subscribe now.