ମିଆଁ, ବିବି ରାଜି…ମାତ୍ର ୧୫୯୨ ଟଙ୍କାରେ ହେଲା ଶାଦି
ବିବାହର ଖର୍ଚ୍ଚ କେଉଁ ବାବଦକୁ କେତେ ହୋଇଛି ତାର ମଧ୍ୟ ହିସାବ ଦେଇଛନ୍ତି ଏହି ବ୍ୟକ୍ତି ।
ରାଜସ୍ଥାନ: ଆଜିକାଲି ବିବାହର ଦିନକୁ ସ୍ପେଶାଲ କରିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ପ୍ରି ୱେଣ୍ଡିଙ୍ଗ ଫଟୋ ସୁଟ୍ରୁ ଆରମ୍ଭ କରି ପୋଷ୍ଟ ୱେଣ୍ଡିଙ୍ଗ ଫଟୋ ସୁଟ୍ ପର୍ଯ୍ୟନ୍ତ ପାଣି ଭଳି ଟଙ୍କା ଖର୍ଚ୍ଚ ହେଉଛି। ହଲଦି, ମେହେନ୍ଦି, ବିବାହ ଫଟୋ ସୁଟ୍ ଠୁ ଆରମ୍ଭ କରି ସାଜସଜ୍ଜାରେ ଉଡ଼ୁଛି ପଇସା। ଏହା ସହ ବିବାହ ଭୋଜିରେ ମଧ୍ୟ ଅନେକ ଟଙ୍କା ଖର୍ଚ୍ଚ କରୁଛନ୍ତି।
ହେଲେ ଏକ ଏମିତି ବିବାହ ଯେଉଁଠି ନା ଅଛି ବାଜା, ନା ଅଛନ୍ତି ବାରାତ। ନା ସାଜସଜ୍ଜା। କେବଳ ୧୫୯୨ ଟଙ୍କାରେ ଶେଷ ହୋଇଛି ବିବାହ। ଏହି ବ୍ୟକ୍ତି ସୋସିଆଲ ମିଡିଆ ପୋଷ୍ଟରେ ବିବାହର ଖର୍ଚ୍ଚ କେଉଁ ବାବଦକୁ କେତେ ହୋଇଛି ତାର ମଧ୍ୟ ହିସାବ ଦେଇଛନ୍ତି।
ଏହି ଦମ୍ପତ୍ତି, ଅତି ସାଧାରଣ ଭାବେ କୋର୍ଟ ମ୍ୟାରେଜ କରି ବିବାହ କରିଛନ୍ତି। ଯେଉଁଥିରେ ୧୬ଶହ ଟଙ୍କାରୁ ମଧ୍ୟ କମ୍ ଖର୍ଚ୍ଚ ହୋଇଛି। କୋର୍ଟ ମ୍ୟାରେଜରେ ମଧ୍ୟ ଏତେ କମ୍ ଟଙ୍କାରେ ବିବାହ ଦେଖି ଲୋକେ ବିଶ୍ୱାସ କରିପାରୁନାହାଁନ୍ତି।
ରେଟିକ୍ଟରେ ସେୟାର ହୋଇଥିବା ଏହି ପୋଷ୍ଟରେ, ବ୍ୟକ୍ତି ଜଣଙ୍କ ତାଙ୍କ କୋର୍ଟ ମ୍ୟାରେଜର ଫଟୋ ସେୟାର କରି କହିଛନ୍ତି ତାଙ୍କ ପୁରୁଣା ଗର୍ଲ ଫ୍ରେଣ୍ଡଙ୍କୁ ନିକଟରେ କୋର୍ଟ ମ୍ୟାରେଜ କରି ବିବାହ କରିଛି। ଏଥିରେ କେହି ୱିଡିଙ୍ଗ ପ୍ଲାନର ନଥିଲେ, କିଛି ବିବାହ ଭଳି ପୋଷାକ ନଥିଲା କି କେହି ବାରାତ ନଥିଲେ।
ବାସ୍ ଆମେ ଦୁହେଁ ଆଉ ଆମ ପରିବାର ଏବଂ ଆଇନ୍। ବିବାହରେ ଆମେ ସମୁଦାୟ ୧୫୯୨ ଟଙ୍କା ଖର୍ଚ୍ଚ କରିଛୁ। ଏହା କିଛି ଲୋକଙ୍କ ସଙ୍ଗୀତ ପାଇଁ ଗୋଟିଏ ପୋଷାକ ପାଇଁ ଖର୍ଚ୍ଚ କରୁଥିବାଠାରୁ ମଧ୍ୟ କମ୍।
ଏସବୁ କିପରି ଘଟିଲା ତାହା ବର୍ଣ୍ଣନା କରି, ବ୍ୟକ୍ତି କୋର୍ଟ ମ୍ୟାରେଜ ବାଛିବାର କାରଣ ମଧ୍ୟ ଦେଇଛନ୍ତି। ବ୍ୟବହାରକାରୀ ଲେଖିଛନ୍ତି ଯେ ମୋ ଭାଇ ପାରମ୍ପରିକ ଭାବରେ ଗୋଟିଏ ମାସ ପୂର୍ବରୁ ବିବାହ କରିଥିଲେ। ଯଦିଓ ତାହା ମଧ୍ୟ ସରଳ ଥିଲା, ଆମେ ଏହାକୁ ସମୟ, ଶକ୍ତି ଏବଂ ଟଙ୍କା ନଷ୍ଟ ଭାବରେ ଦେଖିଲୁ।
ବ୍ୟକ୍ତି ଜଣଙ୍କ ଆହୁରି କହିଛନ୍ତି ଯେ ଏହି ମାମଲା ରାଜସ୍ଥାନର, ଯେଉଁଠାରେ ୧୭ ଏପ୍ରିଲ, ୨୦୨୫ରେ, ଆମେ ବିବାହର ନୋଟିସ ଦାଖଲ କରିଥିଲୁ। ସ୍ୱତନ୍ତ୍ର ବିବାହ ଆଇନ ଅନୁଯାୟୀ ୩୦ ଦିନ ଅପେକ୍ଷା କରିଥିଲୁ।
୨୮ ମେ’ରେ, ଆମେ ଆମର ପରିବାର ଏବଂ ସାକ୍ଷୀମାନଙ୍କ ଉପସ୍ଥିତିରେ ବିବାହ କରିଥିଲୁ। କାଗଜପତ୍ର ସ୍ୱାକ୍ଷରିତ ହୋଇଥିଲା। ଶପଥ ଗ୍ରହଣ କରାଯାଇଥିଲା। ତା’ପରେ ଆମେ ବିବାହ ପ୍ରମାଣପତ୍ର ସହିତ ବାହାରି ଆସିଲୁ।
ବ୍ୟକ୍ତିଜଣଙ୍କ କହିଥିଲେ ଯେ ଏହି ବିବାହ ପାଇଁ, ତାଙ୍କର ଆଧାର କାର୍ଡ, ଦଶମ ମାର୍କ ସିଟ୍ କିମ୍ବା ଜନ୍ମ ପ୍ରମାଣପତ୍ର, ବାସସ୍ଥାନ ପ୍ରମାଣପତ୍ର, ଉଭୟଙ୍କ ୮ଟି ପାସପୋର୍ଟ ସାଇଜ ଫଟୋ, ୨ ଟଙ୍କାର ଡାକ ଟିକେଟ୍, ୫୦ ଟଙ୍କାର ୪ଟି ଷ୍ଟାମ୍ପ ପେପର, ଆବେଦନ ପତ୍ର ପ୍ରିଣ୍ଟ କରିବା ପାଇଁ ୧ ଟଙ୍କାର ଏବଂ ଆଧାର ସହିତ ସାକ୍ଷୀ+ ଫଟୋକପି ଆବଶ୍ୟକତା ହୋଇଥିଲା।
୨୦ ଟଙ୍କା ପାଇ ପେପର ପାଇଁ
୩୨୦ ଷ୍ଟାମ୍ପ ପେପର ପାଇଁ
୨୬୦ ଟଙ୍କା ଅରଜେଣ୍ଟ ଫଟୋ ପାଇଁ
୨୦୦ ଟଙ୍କା ଆଇନଗତ ଏବଂ ଷ୍ଟାମ୍ପ ପେପର୍ ରେ ପ୍ରିଣ୍ଟ କରିବା ପାଇଁ
୪୦୦ ଟଙ୍କା ସାର୍ବଜନୀନ ନୋଟାରୀ ପାଇଁ
୧୦୦ ଟଙ୍କା ବିବାହ ଦିନ ସରକାରୀ ଟିକସ ପାଇଁ
୨୯୦ ଟଙ୍କା ପ୍ରିଣ୍ଟିଂ ପାଇଁ
ମୋଟ ୧୫୯୨ ଟଙ୍କା ଖର୍ଚ୍ଚ ହୋଇଛି।
ବ୍ୟକ୍ତିିଙ୍କର ଏଭଳି ପୋଷ୍ଟକୁ ଲୋକେ ମଧ୍ୟ ବେଶ ପ୍ରଶଂସା କରିଛନ୍ତି।ଆଜିର ଦୁନିଆରେ ଲୋକ ଦେଖାଣିଆ ଠୁ ଦୂରରେ ରହି ଏଭଳି ଶାନ୍ତିପୂର୍ଣ୍ଣ ବିବାହ କରିବାକୁ ୟୁଜର୍ସ ପ୍ରସ୍ତାବ ମଧ୍ୟ ଦେଇଛନ୍ତି। ବ୍ୟକ୍ତିଙ୍କ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଛନ୍ତି।