କେନ୍ଦୁଝର: ସ୍ତ୍ରୀର ଚରିତ୍ରକୁ ସନ୍ଦେହକରି ତୀର ମାଡ଼କଲା ସ୍ବାମୀ, ଆଖି ବୁଜିଲା ପତ୍ନୀ

କେନ୍ଦୁଝର: (ଓଡ଼ିଶା ଭାସ୍କର) ସ୍ବାମୀର ତୀର ମାଡ଼ରେ ସ୍ତ୍ରୀ ମୃତ । କେନ୍ଦୁଝର ଜିଲ୍ଲା ବାମେବାରୀ ହାଣ୍ଡିଭଙ୍ଗା ଗାଁର ଏପରି ଅଭାବନୀୟ ଘଟଣା ଘଟିଛି । ସ୍ତ୍ରୀ ର ଚରିତ୍ରକୁ ସନ୍ଦେହ କରି ହତ୍ୟା କଲା ସଇତାନ ସ୍ବାମୀ ।

ମୃତକ ହେଲେ ବାମେବାରୀ ଥାନା ଅନ୍ତର୍ଗତ ହାଣ୍ଡିଭଙ୍ଗା ଗ୍ରାମର ଦଶର ମୁଣ୍ଡାଙ୍କ ସ୍ତ୍ରୀ ଚିନି ମୁଣ୍ଡା । ସୂଚନା ଅନୁଯାୟୀ, ସ୍ତ୍ରୀର ଚରିତ୍ରକୁ ସନ୍ଦେହକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସର୍ବଦା ଝଗଡ଼ା ଲାଗି ରହୁଥିଲା ।

ବୁଧବାର ବିଳମ୍ବିତ ରାତିରେ ଏନେଇ ତୀବ୍ର ଝଗଡ଼ା ହୋଇଥିଲା । ଶେଷରେ ଦଶର ମୁଣ୍ଡା ଉତ୍ୟକ୍ତ ହୋଇ ଚିନି ମୁଣ୍ଡାଙ୍କୁ ତୀର ମାଡ କରିଥିଲେ । ତୀରଟି ଚିନିଙ୍କ ଛାତିରେ ବାଜିଥିଲା ।

ସକାଳୁ ଚିନିଙ୍କୁ ଆଣି ଝୁମ୍ପୁରା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ କିଛି ସମୟ ପରେ ଚିନିଙ୍କର ମୃତ୍ୟୁ ହୋଇଥିଲା ।

ସ୍ୱାମୀକୁ ଗିରଫ ପୋଲିସ କରି ଅଧିକ ତଦନ୍ତ କରୁଥିବା ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଅତିରିକ୍ତ ଆରକ୍ଷୀଅଧିକ୍ଷକ ମନୋଜ କୁମାର ରାଉତ।