fbpx

ଯୁବକଙ୍କ ବ୍ରେନକୁ ମାନିବାକୁ ପଡ଼ିବ! ବଡି-ବିଲଡିଂ କରିବା ଚକ୍କରରେ ଗିଳିଦେଲେ ୩୯ଟି କଏନ୍ ଓ ୩୭ଟି ଚୁମ୍ବକ, ତା’ପରେ ଅବସ୍ଥା ଅସମ୍ଭାଳ

ନୂଆଦିଲ୍ଲୀ: ଆଜିକାଲିର ଯୁବବର୍ଗଙ୍କ ମଧ୍ୟରେ ବଡି-ବିଲଡିଂର ନିଶା ଜୋର୍ ଧରିଥିବା ବେଳେ ଅନେକ ଯୁବକ, ଯୁବତୀ ଏଥିପାଇଁ ସମୟ ଦେବା ସହିତ ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି । ତେବେ ଏହା ମଧ୍ୟରେ ବଡି ବନାଇବା ଚକ୍କରରେ ଜଣେ ଯୁବକ ସବୁ ସୀମା ଲଙ୍ଘି ଯାଇଛନ୍ତି । ଯୁବକ ଜଣଙ୍କ ୩୯ଟି କଏନ୍ ଓ ୩୭ଟି ଚୁମ୍ବକକୁ ଗିଳି ଦେଇଥିଲେ । ଏହାପରେ ଯୁବକଙ୍କର ବାନ୍ତି ହେବା ସହିତ ପ୍ରବଳ ପେଟ ଯନ୍ତ୍ରଣା ହୋଇଥିଲା ।

ଦେଶର ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରୁ ଆସିଛି ଏଭଳି ଏକ ଅଜବ ଧରଣର ଖବର । ଜଣେ ୨୬ ବର୍ଷୀୟ ଯୁବକ ବଡି ବନାଇବା ଚକ୍କରରେ ଟଙ୍କିକିଆ, ୨ ଟଙ୍କିଆ, ୫ ଟଙ୍କିଆ ୩୯ଟି କଏନ୍ ଗିଳିଦେଇଥିଲେ । ସେହିପରି ହାର୍ଟ, ତାରକା, ଗୁଳି, ତ୍ରିଭୂଜ, ଗୋଲାକାର ଆକାରର ୩୭ଟି ଚୁମ୍ବକ ଗିଳିଥିଲେ । ଏହାକୁ ଗିଳିବା ପରେ ୨୦ ଦିନ ପର୍ଯ୍ୟନ୍ତ ଯୁବକଙ୍କର ବାନ୍ତି ଓ ପେଟ ଯନ୍ତ୍ରଣା ହୋଇଥିଲା । ପରେ ଯୁବକଙ୍କୁ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ଡାକ୍ତର ସର୍ଜରୀ କରାଇଥିଲେ ।

ଯୁବକଙ୍କର ଧାରଣା ରହିଥିଲା ଯେ, କଏନରେ ଜିଙ୍କ ରହିଥାଏ । ଯଦି ସେ କନଏକୁ ଗିଳିଦେବେ ତେବେ ତାଙ୍କର ବଡି ବନାଇବା ପ୍ରକ୍ରିୟା ସହଜ ହୋଇଯିବ ଓ ଶୀଘ୍ର ବଡି ହୋଇପାରିବ । କଏନଗୁଡ଼ିକୁ ଗିଳିବା ପରେ ତାହା ପେଟ ଭିତରେ ଗୋଟିଏ ସ୍ଥାନରେ ରହିବ ଓ ଶରୀରର ଅନ୍ୟ କୌଣସି ଅଙ୍ଗର କିଛି କ୍ଷତି କରିବ ନାହିଁ । ତେବେ ଯୁବକଙ୍କର ଯାଞ୍ଚ ରିପୋର୍ଟ ଦେଖିବା ପରେ ଡାକ୍ତର ବି ତାଜୁବ୍ ହୋଇଯାଇଥିଲେ । ପେଟ ଭିତରେ କଏନ ଓ ଚୁମ୍ବକର ଭଣ୍ଡାର ରହିଥିଲା । ଅତ୍ୟନ୍ତ ସାବଧାନତାର ସହିତ ସର୍ଜରୀ କରାଯାଇ ସମସ୍ତ ପେଟ ଭିତରୁ ସମସ୍ତ ଉପାଦାନକୁ ବାହାର କରାଯାଇଥିଲା । ୭ ଦିନ ପର୍ଯ୍ୟନ୍ତ ଯୁବକଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଇଥିଲା ଓ ତା’ପରେ ଡିସଚାର୍ଜ କରାଯାଇଥିଲା । ଏବେ ବି ଯୁବକଙ୍କର ଚିକିତ୍ସା ଜାରି ରହିଥିବା ଜଣାପଡ଼ିଛି । ଯୁବକଙ୍କର ଏଭଳି ହରକତ କୌଣସି ମାନସିକ ରୋଗୀଠାରୁ କମ୍ ନୁହେଁ ବୋଲି ଅନେକ କହିଛନ୍ତି ।

Get real time updates directly on you device, subscribe now.