ଦେଖନ୍ତୁ (Video) କୁମ୍ଭଳେମାରେ ବୁଡ଼ ଦେଲା କୋହଲିଙ୍କ ଜର୍ସି, ହେ ଭଗବାନ ଜିତେଇଦିଅ…
ବୁଡ଼ ପକାଇଲେ କୋହଳିଙ୍କ ଫ୍ୟାନ । ଗଭବାନଙ୍କୁ କଲେ ଏହି ଗୁହାରି ।
ଓଡ଼ିଶା ଭାସ୍କର: ସୋସିଆଲ ମିଡିଆରେ ନାନାଦି ଭିଡିଓ ଘୁରିବୁଲୁଥିବାବେଳେ ଏବେ ଗୋଟିଏ ଭିଡିଓ ବେଶ୍ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ପ୍ରୟାଗରାଜର ସଙ୍ଗମରେ ଜଣେ ଯୁବକ ବୁଡ଼ ପକାଉ ଥିବାର ଭିଡିଓ ସୋସିଆଲ ମିଡିଆରେ ଘୁରିବୁଲୁଛି । ଯେଉଁଥିରେ ଦେଖିବାକୁ ମିଳୁଛି ଯେ, ବିରାଟ କୋହଲିଙ୍କର ଜଣେ ପ୍ରଶଂସକ ହାତରେ କୋହଲିଙ୍କ ଜର୍ସିକୁ ଧରି ସଙ୍ଗମରେ ବୁଡ଼ ପକାଉଛନ୍ତି ।
ଭାଇରାଲ ହେଉଥିବା ଭିଡିଓ ଅନୁସାରେ, ଜର୍ସି ଧରି ବୁଡ଼ ପକାଉଥିବା ଯୁବକ ଜଣକ କହିଛନ୍ତି, ହେ ଭଗବାନ ଚାମ୍ପିୟନ୍ସ ଟ୍ରଫିରେ ବୀରାଟ କୋହଲିଙ୍କ ଫର୍ମ ଫେରେଇଦିଅ । ଏଥିର କପ୍ ଆରସିବିକୁ ଜିତେଇଦିଅ ବୋଲି ଭାଇରାଲ ଭିଡିଓରେ ଯୁବକଜଣକ କହୁଥିବାର ଦେଖିବାକୁ ମିଳିଥିଛି ।
ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୁରୁ ପକ୍ଷରୁ ଚଳିତବର୍ଷ କୋହଲିଙ୍କ ବଦଳରେ ରଜତ ପଟିଦାରଙ୍କୁ ଦଳର କ୍ୟାପ୍ଟେନ୍ ଭାବେ ବଛାଯାଇଛି । ଯାହାକୁ ନେଇ କ୍ରିକେଟ ଜଗତ ସହ ଜଡ଼ିତ ବ୍ୟକ୍ତି ବିଶେଷ ଚିନ୍ତାରେ ପଡ଼ିଯାଇଛନ୍ତି ।
View this post on Instagram