fbpx

ବିଚ୍ ରାସ୍ତାରେ ହେଲା ୫୦୦ ଟଙ୍କିଆ ନୋଟର ବର୍ଷା: ଲାଗିଗଲା ଲୋକଙ୍କ ଭିଡ଼, ଦେଖନ୍ତୁ Video

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକଥର ଏପରି କିଛି ଭିଡିଓ ସାମ୍ନାକୁ ଆସିଥାଏ, ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ସେହିପରି ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ବିଚ୍ ରାସ୍ତାରେ ୫୦୦ ଟଙ୍କିଆ ନୋଟର ବର୍ଷା ହେଉଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ, ହାଇଦ୍ରାବାଦର ଚାର୍ମିନାରରେ ଜଣେ ବ୍ୟକ୍ତି ଅଚାନକ୍ ୫୦୦ ଟଙ୍କିଆ ନୋଟଗୁଡ଼ିକୁ ପବନରେ ଉଡ଼ାଇଦେଇଥିଲେ । ଏହାକୁ ଦେଖି ସେଠାରେ ଲୋକଙ୍କର ଭିଡ଼ ଜମିଥିଲା ।

ଭିଡିଓ ପୋଷ୍ଟ ହେବା ମାତ୍ରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା । ୩୦ ସେକେଣ୍ଡର ଏହି ଭିଡିଓରେ ସହରର ଚାର୍ମିନାରରେ ଗୁଲଜାର ହୋଜ ରୋଡ ସାମ୍ନାରେ ଜଣେ ବ୍ୟକ୍ତି ଠିଆ ହୋଇ ଟଙ୍କା ବିଡ଼ା ପବନରେ ଫିଙ୍ଗୁଥିବା ଦେଖିବାକୁ ମିଳିଛି । ଆଗରୁ ବି ବ୍ୟକ୍ତିଜଣକ ଏପରି କାମ ଅନେକ ଥର କରିଥିଲେ ।

ବ୍ୟକ୍ତି ଜଣକ ନୋଟଗୁଡ଼ିକୁ ପବନରେ ଉଡ଼ାଉଥିବା ବେଳେ ରାସ୍ତାରେ ଯାଉଥିବା ଲୋକେ ଏହାର ରେକର୍ଡ କରିଥିଲେ । କୁହାଯାଉଛି ଯେ, ସେହି ବ୍ୟକ୍ତି ଜଣକ ନିଜ ଘନିଷ୍ଠ ବନ୍ଧୁଙ୍କ ବାହାଘର ଉତ୍ସବ ପାଳନ କରିବାକୁ ଯାଇ ନୋଟ୍ ବର୍ଷା କରିଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକମାନେ ଏହାକୁ ସମାଲୋଚନା କରିଛନ୍ତି  ।

Get real time updates directly on you device, subscribe now.