ପେଟ୍ରୋଲ ପମ୍ପରେ ହତ୍ୟାକାଣ୍ଡ, ବୋତଲରେ ପେଟ୍ରୋଲ ନଦେବାରୁ ମ୍ୟାନେଜରଙ୍କୁ ଗୁଳି
ପେଟ୍ରୋଲ ପମ୍ପରେ ଫୁଟିଲା ଗୁଳି। ବୋତଲରେ ପେଟ୍ରୋଲ ନ ଦେବାରୁ ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କ ଉପରେ ଗୁଳି ବର୍ଷା। ଫଳରେ ହସ୍ପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ସୂଚନା।
ଉତ୍ତରପ୍ରଦେଶ: ପେଟ୍ରୋଲ ପମ୍ପରେ ହତ୍ୟାକାଣ୍ଡ। ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗୁଳି କରି ହତ୍ୟା। ବୋତଲରେ ପେଟ୍ରୋଲ ଦେବାକୁ ମନା କରିବାରୁ କର୍ମଚାରୀଙ୍କ ଉପରକୁ ଚାରି ରାଉଣ୍ଡ ଗୁଳି ଚଳାଇଥିଲେ ବାଇକ ଆରୋହୀ।
ଦୁର୍ବୃତ୍ତ ଓ ପେଟ୍ରେଲ ପମ୍ପ ମ୍ୟାନେଜରଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଫଳରେ ଦୁଇଜଣ ଦୁର୍ବୃତ୍ତ ହଠାତ୍ ବନ୍ଧୁକ ବାହାର କରି ମ୍ୟାନେଜରଙ୍କ ଉପରକୁ ଗୁଳି ଚଳାଇଥିଲେ। ଏବଂ ସେଠାରୁ ଫେରାର ହୋଇଯାଇଥିଲେ। ପରେ କର୍ମଚାରୀ ଜଣଙ୍କୁ ହସ୍ପିଟାଲ ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ବୋତଲରେ ପେଟ୍ରୋଲ: ତେବେ ଏହା ହେଉଛି ଉତ୍ତରପ୍ରଦେଶର ବୁଲନ୍ଦସହର ଘଟଣା। ଦୁଇଜଣ ବ୍ୟକ୍ତି ସିକନ୍ଦରାବାଦ-ଜେୱର ରାଜ୍ୟ ରାଜପଥରେ ଅବସ୍ଥିତ ଏକ ପେଟ୍ରୋଲ ପମ୍ପରେ ଏକ ବୋତଲ ଧରି ପହଞ୍ଚିଥିଲେ। ଆଉ ପମ୍ପ କର୍ମଚାରୀଙ୍କୁ ବୋତଲରେ ପେଟ୍ରୋଲ ଦେବାକୁ କହିଥିଲେ।
ଯେହେତୁ ବୋତଲରେ ପେଟ୍ରୋଲ ଦେବାର ନିୟମ ନାହିଁ। ତେଣୁ ପମ୍ପ କର୍ମଚାରୀ ସେମାନଙ୍କୁ ମନା କରିଥିଲେ। ଯାହା ପରେ ଦୁଇ ବାଇକ ଆରୋହୀ କର୍ମଚାରୀଙ୍କ ସହ ଯୁକ୍ତି ତର୍କ କରିବାକୁ ଲାଗିଥିଲେ। ଆଉ ଏହି ଯୁକ୍ତି ଏତେ ବାଟ ବଢିଯାଇଥିଲା ଯେ ଦୁର୍ବୃତ୍ତମାନେ ମ୍ୟାନେଜରଙ୍କୁ ହତ୍ୟା କରିଦେଲେ।
ପେଟ୍ରୋଲ ପମ୍ପରେ ହତ୍ୟାକାଣ୍ଡ: ହଁ ଯୁକ୍ତି ତର୍କ ଭିତରେ ଦୁଇ ଦୁର୍ବୃତ୍ତ ମ୍ୟାନେଜରଙ୍କ ଉପରକୁ ହଠାତ୍ ଗୁଳି ଚଳାଇବା ଆରମ୍ଭ କରିଥିଲେ। ପାଖାପାଖି ୪ ରାଉଣ୍ଡ ଗୁଳି ଚଳାଇବା ପରେ ସେଠାରୁ ଫେରାର ହୋଇଯାଇଥିଲେ।
ଆଉ ମ୍ୟାନେଜରଙ୍କୁ ହସ୍ପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ତଦନ୍ତ ଚଳାଇଛି। ଆଉ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ସିସିଟିଭି ଫୁଟେଜ ଏବଂ ସ୍ଥାନୀୟ କର୍ମଚାରୀଙ୍କୁ ପଚରା ଉଚରା କରୁଛି।