fbpx

ଇସ୍କନ ଉପରେ ବଡ ଅଭିଯୋଗ ଆଣିଲେ ବିଜେପି ସାଂସଦ ମେନକା ଗାନ୍ଧୀ, କହିଲେ ‘ଇସ୍କନ ଗୋଶାଳାରୁ ଗାଈମାନଙ୍କୁ କଂସେଇଙ୍କୁ ବିକ୍ରୀ କରୁଛି’

ନୂଆଦିଲ୍ଲୀ: ଇସ୍କନ ଅର୍ଥାତ୍ ଇଣ୍ଟରନ୍ୟାସନାଲ ସୋସାଇଟି ଫର୍ କ୍ରିଷ୍ଣା କନସସନେସ୍ ଉପରେ ଭାରତୀୟ ଜନତା ପାର୍ଟି ସାଂସଦ ମେନକା ଗାନ୍ଧୀ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି । ସେ କହିଛନ୍ତି ଇସ୍କନରେ ବଡ ମାତ୍ରାରେ ଧୋକାଦାରୀ ହେଉଛି । ଏଠାରୁ ଗାଈମାନଙ୍କୁ ଗୋଶାଳାରୁ ବାହାର କରି ନିଆଯାଇ କଂସେଇଙ୍କୁ ବିକ୍ରୀ କରି ଦିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଇସ୍କନ ଏହି ସମସ୍ତ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛି ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ ପଶୁମାନଙ୍କ ଅଧିକାର କ୍ଷେତ୍ରରେ ଲଗାତର ସକ୍ରିୟ ରହି ଆସିଛନ୍ତି । ସେ ଅଭିଯୋଗ ଲଗାଇଛନ୍ତି କି ଇସ୍କନ ଦେଶରେ ସବୁଠାରୁ ଏକ ବଡ ଧୋକା । ସେ କହିଛନ୍ତି ଏହା ଗୋଶାଳା ଗଠନ କରିବା ସହ ବଡ ବଡ ଜମି ସହ ସରକାରଙ୍କ ଠାରୁ ବହୁ ଲାଭ ହାସଲ କରୁଛି । ମେନକାଙ୍କ ଏପରି ବୟାନର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିିଛି ।

ଏକ ମିଡିଆ ରିପୋର୍ଟ ଅନୁସାରେ ବିଜେପି ସାଂସଦ ମେନକା ଗାନ୍ଧୀ ଆନ୍ଧ୍ରପ୍ରଦେଶରେ ଥିବା ଗୋଶାଳାର ଉଦାହରଣ ଦେଇଛନ୍ତି । ସେ ଆନ୍ଧ୍ରର ଅନନ୍ତପୁରଠାରେ ଥିବା ଗୋଶାଳାକୁ ଯାଇଥିଲେ ଓ ଦେଖିଥିଲେ ଏଠାରେ ପ୍ରାୟ ସବୁ ଗାଈ କ୍ଷୀର ଦେଉଛନ୍ତି । କିନ୍ତୁ ଏଠାରେ କୌଣସି ବାଛୁରୀ ଥିବାର ସେ ଦେଖିବାକୁ ପାଇ ନ ଥିଲେ । ଏହାର ଅର୍ଥ ସବୁ ବାଛୁରୀଙ୍କୁ ବିକ୍ରୀ କରି ଦିଆଯାଇଛି ବୋଲି ସେ କହିଛନ୍ତି ।

ସେ ଅଭିଯୋଗ ଲଗାଇଛନ୍ତି ଇସ୍କନ ନିଜର ଗାଈଙ୍କୁ କଂସେଇକୁ ବିକ୍ରୀ କରି ଦେଉଛି । ଏମାନେ ଏହି ଆଶ୍ରମରେ ବସି କିଛି କାମ କରୁନାହାନ୍ତି କେବଳ ରାସ୍ତା ଉପରେ ବୁଲି ବୁଲି ହରେ କୃଷ୍ଣ ହରେ ରାମ ଗାଉଛନ୍ତି । ଏମାନଙ୍କ ପୁରା ଜୀବନ କ୍ଷୀର ଉପରେ ନିର୍ଭର କରୁଛି । ଏମାନଙ୍କ ପରି କେହିବି ଏତେ ଗାଈ କଂସେଇ ହାତକୁ ଟେକି ଦେଉନାହାନ୍ତି ।

ତେବେ ମେନକା ଗାନ୍ଧୀଙ୍କ ଗତ କିଛିଦିନ ତଳେ ଏକ ସାକ୍ଷାତକାରରେ ଏହିପରି ବୟାନ ରଖିଛନ୍ତି । କୁହାଯାଉଛି ମା’ କ୍ଷୀର ଉପରେ ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରୁଥିବା ଡା. ହର୍ଷା ଆତ୍ମକୁରୀ ମେନକା ଗାନ୍ଧୀଙ୍କ ସହ ଆଲୋଚନା କରିବା ସମୟରେ ସେ ଏପରି ବୟାନ ରଖିଛନ୍ତି ।

Get real time updates directly on you device, subscribe now.