fbpx

କାହିଁକି ଇସ୍ତଫା ଦେଲେନାହିଁ ମଣିପୁର ମୁଖ୍ୟମନ୍ତ୍ରୀ ? ସଂସଦରେ କିଲେ ଅମିତ ଶାହା

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଲୋକସଭାରେ ଅନସ୍ତା ପ୍ରସ୍ତାବ ଆଲୋଚନାରେ ଅଂଶ ଗ୍ରହଣ କରି ମଣିପୁର ହିଂସା ଉପରେ ବୟାନ ଦେଇଛନ୍ତି । ଏହି ସମୟରେ ଅମିତ ଶାହା ମଣିପୁର ମୁଖ୍ୟମନ୍ତ୍ରୀଙ୍କ ସପକ୍ଷରେ ମତ ଦେଇଥିଲେ । ସେ କହିଥିଲେ କି କ’ଣ ପାଇଁ କେନ୍ଦ୍ର ସରକାର ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରି ନାହାନ୍ତି ଏବଂ କ’ଣ ପାଇଁ ବିରେନ୍ ସିଂହ ମଣିପୁର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ନାହାନ୍ତି ।

ଅମିତ ଶାହା ଏସବୁ ପ୍ରସଙ୍ଗରେ କହିଥିଲେ କି ଯେତେବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ସହଯୋଗ କରୁ ନଥିବେ ସେ ସମୟରେ ତାଙ୍କୁ ବଦଳାଇବାର ଆବଶ୍ୟକତା ଅଛି । ସେ କହିଥିଲେ କି ବର୍ତ୍ତମାନ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ସହଯୋଗ କରୁଛନ୍ତି । କେନ୍ଦ୍ର ସରକାର ରାଜ୍ୟର ଡିଜିପିଙ୍କୁ ପରିବର୍ତ୍ତନ କରିଥିଲେ, ଏହାକୁ ରାଜ୍ୟ ସରକାର ସ୍ୱୀକାର କରିଥିଲେ । ସେହିଭଳି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ପରିବର୍ତ୍ତନ କରାଯାଇଥିଲା । ତେଣୂ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ଆବଶ୍ୟକ ନାହିଁ ।

ଏହା ସହିତ ଅମିତ ଶାହା ମୈତେଇ ଏବଂ କୁକି ସମ୍ପ୍ରାଦାକୁ ହିାଂରେ ସାମିଲ ନହେବା ପାଇଁ ଅପିଲ କରି କରିଥିଲେ କି ଯେଉଁ ହିଂସା ପାଇଁ ୧୫୨ ଜଣ ଲୋକଙ୍କର ଜୀବନ ଚାଲିଗଲା, ତାକୁ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇ ପାରିବ । ଅମିତ ଶାହା ମଣୀପୁର ହିଂସାକୁ ଲଜ୍ଜାଜନକ କହିବା ସହିତ ଏଥିରେ ରାଜନୀତି କରିବା ଆହୁରି ଲଜ୍ଜାଜନକ ବୋଲି କହିଛନ୍ତି ।

Get real time updates directly on you device, subscribe now.