fbpx

ମଣିପୁରରେ ୨ଟି ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ: ୧୫ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା

ମଣିପୁର: ମଣିପୁରରେ ବଡ଼ ଧରଣର ସଡ଼କ ଦୁର୍ଘଟଣା ହୋଇଛି । ନୋନି ଜିଲ୍ଲାରେ ବୁଧବାର ଦିନ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବେଳେ ୨ଟି ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଏହି ଦୁର୍ଘଟଣାରେ ୧୫ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବାର ଆଶଙ୍କା କରାଯାଉଛି । ଏହି ଦୁର୍ଘଟଣା ମଣିପୁରର ନୋନି ଜିଲ୍ଲାର ବିଷ୍ଣୁପୁର-ଖୌପୁମ ରୋଡରେ ହୋଇଛି ।

ସୂଚନା ଅନୁସାରେ, ଏହି ୨ଟି ବସ୍ ଛାତ୍ରଛାତ୍ରୀଙ୍କୁ ନେଇ ଷ୍ଟଡୀ ଟୁର୍ ପାଇଁ ଖୌପୁମ ଯାଉଥିଲା । ଅନ୍ୟପଟେ ଅଧିକାରୀ ସ୍ତରରେ ମୃତ ଛାତ୍ରଛାତ୍ରୀଙ୍କ ସଠିକ୍ ଆକଳନ ଏପର୍ଯ୍ୟନ୍ତ ଜଣାପଡିନାହିଁ । କିନ୍ତୁ ଏକ ଗଣମାଧ୍ୟମର ରିପୋର୍ଟ ମୁତାବକ, ୧୫ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ସେହିପରି କିଛି ଛାତ୍ରଛାତ୍ରୀ ଗୁରୁତର ହୋଇଥିବାରୁ ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । କୁହାଯାଉଛି କି, ୨ଟି ବସ୍ ଅନିୟନ୍ତ୍ରିତ ହେବା କାରଣରୁ ଏହି ଦୁର୍ଘଟଣା ହୋଇଛି ।

ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଏନ ବିରେନ୍ ସିଂ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ‘ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହେବା ଖବର ଶୁଣି ମୁଁ ବହୁତ ଦୁଃଖିତ । ଉଦ୍ଧାର କାର୍ଯ୍ୟରେ ସହଯୋଗ ପାଇଁ ଏସଡିଆରଏଫ୍, ମେଡିକାଲ ଟିମ୍ ଓ ବିଧାୟକ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ବସରେ ସମସ୍ତ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛି ।’

Get real time updates directly on you device, subscribe now.