fbpx

ମଣିପୁର ହିଂସା ; ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ପରିବାର ସଦସ୍ୟଙ୍କୁ ସରକାରୀ ଚାକିରି

Advertisement

ଇମ୍ପାଲ : ଦୀର୍ଘ ଦିନ ଧରି ମଣିପୁରରେ ହିଂସାକାଣ୍ଡ ଲାଗି ରହିଛି । ଏଥିରେ ପୋଲିସ କର୍ମଚାରୀଙ୍କ ସମେତ ଅନେକ ଲୋକ ପ୍ରାଣ ହରାଇଛନ୍ତି । ତେବେ ମଣିପୁର ହିଂସାକାଣ୍ଡରେ ପ୍ରାଣ ହରାଇଥିବା ଲୋକମାନଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରାକାର କ୍ଷତିପୂରଣ ଘୋଷଣା କରିଛନ୍ତି । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି । ଏହା ସହିତ ମୃତକଙ୍କ ସମ୍ପର୍କୀୟଙ୍କୁ ସରକାରୀ ଚାକିରି ଦିଆଯିବ ବୋଲି ମଧ୍ୟ ଘୋଷଣା କରାଯାଇଛି । କେନ୍ଦ୍ର ଓ ରାଜ୍ୟ ସରାକର ସମାନ ସମାନ ଭାବରେ ଏହି ରାଶି ପ୍ରଦାନ କରିବେ ।

କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ଏନ. ବରେନ୍ ସିଂହଙ୍କ ମଧ୍ୟରେ ସୋମବାର ରାତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପେଟ୍ରୋଲ, ଏଲପିଜି ଗ୍ୟାସ, ଚାଉଳ ଓ ଅନ୍ୟ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ ମହଜୁଦ୍ ରହିଥିବା ନେଇ ବୈଠକରେ ଏହା ମଧ୍ୟ ଆଲୋଚନା ହୋଇଛି । ଗୃହମନ୍ତ୍ରୀ ସେମାବାର ରାତିରେ ଇମ୍ପାଲରେ ପହଞ୍ଚିଛନ୍ତି । ତାଙ୍କ ସହ ଗୃହ ସଚିବ ଅଜୟ କୁମାର ଭଲ୍ଲା ଏବଂ ଗୋଇନ୍ଦା ବିଭାଗ ନିର୍ଦ୍ଦେଶକ ତବପନ କୁମାର ଡେକା ମଧ୍ୟ ଇମ୍ପାଲରେ ପହଞ୍ଚିଛନ୍ତି ।

Get real time updates directly on you device, subscribe now.