fbpx

ମଣିପୁରରେ ମହିଳାଙ୍କୁ ନିବସ୍ତ୍ର କରି ବୁଲାଇବା ବ୍ୟକ୍ତିଙ୍କୁ ଫାଶି ମିଳିବା ଦରକାର : ସର୍ଭେରେ ଜନସାଧାରଣ କଲେ ଆଶ୍ଚର୍ଯ୍ୟ ଜନକ ଖୁଲାସା

ମଣିପୁର : ମଣିପୁରରେ ଦୁଇ ମହିଳାଙ୍କ ସହ ହୋଇଥିବା ଲଜ୍ଜାଜନକ ଘଟଣା ସମଗ୍ର ଦେଶକୁ ଥରାଇ ଦେଇଛି। ଏହି ଘଟଣାକୁ ସାରା ଦେଶରେ ସମାଲୋଚନା କରାଯାଉଛି ଏବଂ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ଦାବି ମଧ୍ୟ କରାଯାଉଛି। ଏହି ସମୟରେ, ଏକ ସର୍ଭେ କରିଯାଉଛି ଯେଉଁଥିରେ ଅଭିଯୁକ୍ତଙ୍କ ଦଣ୍ଡ ସମ୍ପର୍କରେ ଲୋକଙ୍କ ମତାମତ ନିଆଯାଇଛି। ସର୍ଭେରେ ଆସିଥିବା ରିପୋର୍ଟ ଦର୍ଶାଉଛି ଯେ ଏହି ଘଟଣାକୁ ନେଇ ଲୋକମାନେ କେତେ ରାଗିଛନ୍ତି। ଏହି ଲଜ୍ଜାଜନକ ଘଟଣା ପାଇଁ ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବା ଉଚିତ ବୋଲି ଅଧିକାଂଶ ଲୋକ ଦାବି କରିଛନ୍ତି ।

ସୂଚନା ଅନୁସାରେ, ଜନସାଧାରଣଙ୍କୁ ଏହି ଘଟଣା ସମ୍ବନ୍ଧିତ ପ୍ରଶ୍ନ ପଚାର ଯାଇଥିଲା । ମଣିପୁର ଘଟଣାରେ ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବା ଉଚିତ କି? ଯେତେବେଳେ ଏହି ପ୍ରଶ୍ନ ଲୋକମାନଙ୍କୁ ପଚରାଗଲା, ୮୭ ପ୍ରତିଶତ ହଁ ଉତ୍ତର ଦେଲେ । ସେମାନେ ବିଶ୍ୱାସ କରନ୍ତି ଯେ ହଁ, ଏହି ଲଜ୍ଜାଜନକ ଘଟଣା ପାଇଁ ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବା ଉଚିତ୍। କିନ୍ତୁ ୩ ପ୍ରତିଶତ ଲୋକ ସେପରି ଭାବନ୍ତି ନାହିଁ ଏବଂ ସେମାନେ ନକାରାତ୍ମକ ଉତ୍ତର ଦେଇଛନ୍ତି । ଏହି ସମୟରେ, ୧୦ ପ୍ରତିଶତ ଲୋକ ଅଛନ୍ତି ଯେଉଁମାନେ ଜାଣନ୍ତି ନାହିଁ ଯେ ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବା ଉଚିତ କି ନୁହେଁ ।

ଅଭିଯୁକ୍ତକୁ ଫାସୀ ହେବା ଦରକାର କି ନାହିଁ :
ହଁ-୮୭%
ନାହିଁ-୩%
ଜଣା ନାହିଁ- ୧୦%

Get real time updates directly on you device, subscribe now.