ପ୍ରଣବଙ୍କୁ ପ୍ରଧାନମନ୍ତ୍ରୀ ନ କରିବା ନିଷ୍ପତ୍ତି କଂଗ୍ରେସ ପତ୍ତନର କାରଣ କହିଲେ ମଣିଶଙ୍କର ଅୟର

ନୂଆଦିଲ୍ଲୀ- ନିଜ ରାଜନୈତିକ ଜୀବନକୁ ନେଇ କଂଗ୍ରେସର ବରିଷ୍ଠ ନେତା ମଣିଶଙ୍କର ଅୟର ଲେଖିଥିବା ପୁସ୍ତକ ଗାନ୍ଧୀ ପରିବାରର ଗୁମର ଖୋଲି ଦେଇଛି । ଏକଦା କଂଗ୍ରେସ ତଥା ଗାନ୍ଧୀ ପରିବାରରେ ଗୁରୁତ୍ୱ ବହନ କରୁଥିଲେ ଅୟର । ଏମିତି କି ଅୟରଙ୍କୁ ସୋନିଆଙ୍କ ଡାହଣ ହାତ କୁହାଯାଉଥିଲା । କିନ୍ତୁ ୧୦ ବର୍ଷ ହେଲା ସେ ସୋନିଆଙ୍କୁ ଭେଟି ପାରୁନାହାନ୍ତି । ରାହୁଲଙ୍କୁ ଭେଟିବାର ମୌକା ମିଳୁନି । ନିଜ ପୁସ୍ତକ ପୁସ୍ତକକୁ ନେଇ ଏକ ଜାତୀୟ ଗଣମାଧ୍ୟମରେ ସାକ୍ଷାତକାର ଦେବା ଅବସରରେ ଏମିତି କହିଛନ୍ତି ।

ଏ ମେଭରିକ ଇନ ପଲିଟିକ୍ସ ପୁସ୍ତକରେ ମଣିଶଙ୍କର ଆୟର ତାଙ୍କ ରାଜନୈତିକ ଜୀବନକୁ ଉପସ୍ଥାପନ କରିଛନ୍ତି । ଏଥିରେ ସେ ତାଙ୍କ ରାଜନୈତିକ ଜୀବନର ପ୍ରାରମ୍ଭ, ନରସିମ†ା ରାଓଙ୍କ ୟୁପିଏ-୧ରେ ମନ୍ତ୍ରୀ ହେବା ସମୟ ତଥା ତାଙ୍କ ରାଜନୈତିକ ପତନକୁ ଉପସ୍ଥାପନ କରିଛନ୍ତି । ୧୯୮୪ରେ ଯେଉଁ କଂଗ୍ରେସ ୪୦୪ ଆସନ ଜିତିଥିଲା, ସେହି ଦଳ ୨୦୧୪ରେ ୪୪ ଆସନକୁ ଖସିବାକୁ ନେଇ ଦୁଃଖ ପ୍ରକଟ କରିଛନ୍ତି ଅୟର ।

ଅୟର ସାକ୍ଷାତକାରରେ କହିଛନ୍ତି, ୨୦୧୪ରେ କଂଗ୍ରେସର ହାର ହୋଇଥିଲା ୨୦୧୨ର ନିଷ୍ପତ୍ତି ପାଇଁ । ୨୦୧୨ରେ ପ୍ରଣବ ମୁଖାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ କରାଯାଇଥିଲେ ହୁଏତ ଦଳ ୨୦୧୪ରେ ହାରିନଥାନ୍ତା । ମନମୋହନ ସିଂହଙ୍କ ବଦଳରେ ପ୍ରଣବ ମୁଖାର୍ଜୀଙ୍କୁ ପ୍ରଦାନମନ୍ତ୍ରୀ କରିଥିଲେ ତାଙ୍କ ନେତୃତ୍ୱ ଦଳ ଓ ସରକାରକୁ ସକାରାତ୍ମକ ଦିଗରେ ବାଟ କଢାଇଥାନ୍ତା । ୨୦୧୩ରେ କଂଗ୍ରେସ ନେତାଙ୍କ ଉପରେ ବିଭିନ୍ନ ଅଭିଯୋଗ ହେଲା, ଯାହାକୁ ଦଳ ସଠିକ ରୂପେ ଜବାବ ଦେବାରେ ବିଫଳ ହୋଇଥିଲା । ଯାହାକୁ ନେଇ ବିରୋଧୀ ରଣନୀତି ପ୍ରସ୍ତୁତ କରିଥିଲା ।

ଗାନ୍ଧୀ ପରିବାର ଦ୍ୱାରା ଉପେକ୍ଷିତ ହେବା ଓ ଦଳରେ ଗୁରୁତ୍ୱ ହରାଇବା ପରେ ସେ ବର୍ତ୍ତମାନ ଆଉ କେଉଁ ଦଳକୁ ଯିବେ କି ବୋଲି ପ୍ରଶ୍ନର ଉତ୍ତରରେ ଅୟର କହିଥିଲେ, ସେ ବିଜେପିକୁ ଯିବାର ପ୍ରଶ୍ନ ଉଠୁନାହିଁ । ସେ କଂଗ୍ରେସରେ ହିଁ ରହିବେ ।