ମନୀଷ ସିସୋଦିଆଙ୍କୁ ମିଳୁନି ଜାମିନ: ପୁଣିଥରେ କୋର୍ଟରୁ ନିରାଶ

ନୂଆଦିଲ୍ଲୀ:ମନୀଷ ସିସୋଦିଆଙ୍କୁ କୋର୍ଟରୁ ପୁଣିଥରେ ନିରାଶ ହେବାକୁ ପଡ଼ିଛି । ମଦ ଦୁର୍ନୀତି ମାମଲାରେ ଜଡ଼ିତ ସିବିଆଇର ମାମଲାରେ ରାଉଜ ଆଭେନ୍ୟୁ କୋର୍ଟ ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧିକୁ ୨୬ ଜୁଲାଇ ପର୍ୟ୍ୟନ୍ତ କୋର୍ଟ ବଢ଼ାଇ ଦେଇଛନ୍ତି । ଆସନ୍ତା ସୋମବାର ତାଙ୍କୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କୋର୍ଟରେ ହାଜର କରାଯିବ ବୋଲି ଜଣାପଡ଼ିଛି ।

ମଦ ଦୁର୍ନୀତି ସହ ଜଡିତ ସିବିଆଇ ମାମଲାରେ କୋର୍ଟ କବିତାଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୨୬ ପର୍ୟ୍ୟନ୍ତ ବୃଦ୍ଧି କରିଛନ୍ତି। ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ସିବିଆଇ ମାମଲାରେ ବିଆରଏସ ନେତା କେ କବିତାଙ୍କ ବିରୋଧରେ ଦାଖଲ ହୋଇଥିବା ଚାର୍ଜସିଟ୍‌ ରାଉସ ଆଭେନ୍ୟୁ କୋର୍ଟ ଗ୍ରହଣ କରିଛନ୍ତି। ରାଉସ ଆଭେନ୍ୟୁ କୋର୍ଟ ଭିଡିଓ କନଫରେନ୍ସିଂ ଜରିଆରେ କବିତାଙ୍କୁ ଜୁଲାଇ ୨୬ ଅପରାହ୍ନ ୨ ଟାରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.