ମନୋଜ ଅହୁଜା ହେଲେ ଓଡ଼ିଶାର ମୁଖ୍ୟ ଆବାସିକ କମିଶନର

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଅହୁଜାଙ୍କୁ ନୂଆଦିଲ୍ଲୀରେ ଓଡ଼ିଶାର ମୁଖ୍ୟ ଆବାସିକ କମିଶନରଙ୍କ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।

୧୯୯୦ ବ୍ୟାଚ୍ ଆଇଏଏସ୍ ଅଧିକାରୀ ମନୋଜ ଆହୁଜାଙ୍କର ସେବା ଅବଧି ୧ ଜାନୁଆରୀ ୨୦୨୫ ରୁ ଏକ ବର୍ଷ ପାଇଁ ବୃଦ୍ଧି କରାଯାଇଥିଲା। ସେ ମଧ୍ୟ ଗତ ବର୍ଷ ୨୦୨୪ ଅଗଷ୍ଟ ୧୩ରୁ ଶ୍ରୀଜଗନ୍ନାଥ ପରିଚାଳନା କମିଟିର ୱାର୍କିଂ ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରିଆସୁଛନ୍ତି।

ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି, କାର୍ଯ୍ୟରତ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ତଥା ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଅହୁଜାଙ୍କୁ ଏହି ଅତିରିକ୍ତ ଦାୟିତ୍ୱରେ ରହିବାକୁ ଅନୁମତି ଦିଆଯାଇଛି। ଜାନୁଆରୀ ୨୪ରେ ପ୍ରଶାସନ ଏବଂ ଜନ ଅଭିଯୋଗ ବିଭାଗ ଦ୍ବାରା ଏହି ବିଜ୍ଞପ୍ତି ପ୍ରକାଶ ପାଇଥିଲା।