ମନୋଜ ବାଜପେୟୀଙ୍କ ବଡ ଖୁଲାସା, କହିଲେ-‘ଆତ୍ମହତ୍ୟା କରିବାକୁ ଯାଉଥିଲି, କିନ୍ତୁ ସାଙ୍ଗମାନେ ବଞ୍ଚାଇଦେଲେ’

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡ ଓ ଟିଭି ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟ ନିଜ ନିଜର ସମସ୍ୟାକୁ ଖୋଲାଖୋଲି ଭାବେ କହିବା ଆରମ୍ଭ କରିଛନ୍ତି । ନିକଟରେ ଜାତୀୟ ପୁରସ୍କାର ବିଜେତା ଅଭିନେତା ମନୋଜ ବାଜପେୟୀ ଏକ ଆଶ୍ଚର୍ଯ୍ୟଜନକ ଘଟଣାର ଖୁଲାସା କରିଛନ୍ତି । କିପରି ସେ ଷ୍ଟ୍ରଗଲର ଆରମ୍ଭରୁ ହିଁ ସେ ନିଜ ଭିତରେ ହାରିଯାଇଥିଲେ ଓ ନିଜକୁ ଶେଷ କରିବାର ଭାବନା ମନକୁ ଆଣିଥିଲେ, କିନ୍ତୁ ସାଙ୍ଗମାନେ ତାଙ୍କ ଜୀବନ ରକ୍ଷା କରିଥିଲେ ବୋଲି ମନୋଜ କହିଛନ୍ତି ।

ତେବେ ସୁଶାନ୍ତଙ୍କ ମୃତ୍ୟୁ ପରେ ମନୋଜ ବାଜପେୟୀ ଖୋଲାଖୋଲି ଭାବେ ନିଜ ସଂଗ୍ରାମ ଦିନର କାହାଣୀ କହିଛନ୍ତି । ସେ କହିଛନ୍ତି ଯେ, ମୁଁ ଆତ୍ମହତ୍ୟାର ବହୁତ ନିକଟତର ଥିଲି । ମୋତେ ବଡା ପାୱ ବି ବହୁତ ମହଙ୍ଗା ଲାଗୁଥିଲା । ଘର ଭଡା ବି ଦେବାକୁ ଅସମର୍ଥ ଥିଲି । ଥିଏଟରରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ସହ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା ପାଇଁ ଅନେକ ଥର ଆବେଦନ କରିଥିଲି କିନ୍ତୁ କିଛି ବି ଲାଭ ହୋଇନଥିଲା ।’

View this post on Instagram

“I’m a farmer’s son; I grew up in a village in Bihar with 5 siblings–we went to a hut school. We led a simple life, but whenever we went to the city, we’d go to the theatre. I was a Bachchan fan & wanted to be like him. At 9, I knew acting was my destiny. But I couldn’t afford to dream & continued my studies. Still, my mind refused to focus on anything else, so at 17, I left for DU. There, I did theatre but my family had no idea. Finally, I wrote a letter to dad–he wasn’t angry & even sent me Rs.200 to cover my fees! People back home called me ‘good for nothing’ but I turned a blind eye. I was an outsider, trying to fit in. So, I taught myself English & Hindi–Bhojpuri was a big part of how I spoke. I then applied to NSD, but was rejected thrice. I was close to committing suicide, so my friends would sleep next to me & not leave me alone. They kept me going until I was accepted. That year, I was at a chai shop when Tigmanshu came looking for me on his khatara scooter–Shekhar Kapur wanted to cast me in Bandit Queen! So I felt I was ready & moved to Mumbai. Initially, it was tough–I rented a chawl with 5 friends & looked for work, but got no roles. Once, an AD tore my photo & I’ve lost 3 projects in a day. I was even told to ‘get out’ after my 1st shot. I didn’t fit the ideal ‘hero’ face–so they thought I’d never make it to the big screen. All the while, I struggled to make rent & at times even a vada pav was costly. But the hunger in my stomach couldn’t dissuade my hunger to succeed. After 4 years of struggle, I got a role in Mahesh Bhatt’s TV series. I got Rs.1500 per episode–my first steady income. My work was noticed & I was offered my first Bollywood film & soon, I got my big break with ‘Satya’. That’s when the awards rolled in. I bought my first house & knew…I was here to stay. 67 films later, here I am. That’s the thing about dreams–when it comes to turning them into reality, the hardships don’t matter. What matters is the belief of that 9-year-old Bihari boy & nothing else.” — HOB with @sonylivindia brings to you the story of Manoj Bajpayee, whose life has come full circle. To watch his award winning performance in Bhonsle, click on the link in bio!

A post shared by Humans of Bombay (@officialhumansofbombay) on

ଏକ ଇଣ୍ଟରଭ୍ୟୁରେ ମନୋଜ ଏକ ଥିଏଥର କରିଥିଲେ ବୋଲି କହିଥିଲେ, ଯାହା ବିଷୟରେ ପରିବାର ଲୋକଙ୍କୁ କୌଣସି ଆଇଡିଆ ନଥିଲା । ଶେଷରେ ମନୋଜ ନିଜ ପିତାଙ୍କୁ ଏକ ଚିଠି ଲେଖିଥିଲେ । ଏଥିରେ ରାଗିଯାଇ ତାଙ୍କ ପିତା ମାସକୁ ପଠାଉଥିବା ୨୦୦ ଟଙ୍କା ବି ବନ୍ଦ କରିଦେଲେ । ପରିବାର ଲୋକେ ଭାବୁଥିଲେ ଯେ ମନୋଜ ନିଜ ଜୀବନରେ କିଛି ବି କରିପାରିବେ ନାହିଁ । ସେ ଅଭିନୟରେ କ୍ୟାରିୟର ଆରମ୍ଭ କରିବାକୁ ଚାହୁଁଥିଲେ, କିନ୍ତୁ ଆଉଟସାଇଡର ବୋଲି ତାଙ୍କୁ ବାରମ୍ବାର ବିଫଳ ହେବାକୁ ପଡୁଥିଲା ।

ଏହା ସହ ମୋନଜ କହିଛନ୍ତି ଯେ, ‘ ମୁଁ ହିନ୍ଦୀ-ଇଂରାଜୀ ଶିଖିବା ଆରମ୍ଭ କଲି ଓ ଭୋଜପୁରୀ ମୋ ଭାଷା ଥିଲା । ଏହା ପରେ ମୁଁ ଏନଏସଡି ପାଇଁ ୩ ଥର ଚେଷ୍ଟା କରିଲି, ମାତ୍ର ସବୁଥର ବିଫଳ । ମୁଁ ଆତ୍ମହତ୍ୟା କଥା ଭାବୁଥିଲି, ସେବେ ମୋର ସାଙ୍ଗମାନେ ମୋତେ ରକ୍ଷା କଲେ । ସେମାନେ ସବୁବେଳେ ମୋ ସହ ରହିବାକୁ ଲାଗିଲେ ଓ ଜଗୁଥିଲେ କି ମୁଁ ଭଲରେ ଅଛି କି ନାହିଁ । ମୋର ପ୍ରଥମ ସର୍ଟରେ ମୋତେ ବାହାରି ଯାଅ ବୋଲି କୁହାଯାଇଥିଲା, ସେତେବେଳେ ମୋ ପାଖରେ ଘର ଭଡା ଓ ଖାଇବାକୁ ବି ଟଙ୍କା ନଥିଲା ।’

ପରେ ମୋନଜଙ୍କୁ ମହେଶ ଭଟ୍ଟଙ୍କ ଟିଭି ସିରିଜରେ କାମ ମିଳିଲା । ଗୋଟିଏ ଏପିସୋଡ ବାବଦକୁ ମନୋଜ ୧୫୦୦ ଟଙ୍କା କମାଇଥିଲେ । ଏହା ପରେ କାମ ଯୋଗୁଁ ତାଙ୍କୁ ବଲିଉଡରେ ବି କାମ କରିବାକୁ ସୁଯୋଗ ମିଳିଳା ବୋଲି ମନୋଜ କହିଛନ୍ତି ।