fbpx

ଭୁବନେଶ୍ୱରରୁ ଆଜି ୧୩ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଭୁବନେଶ୍ୱର, ୨ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୨୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩ ଜଣ ଭୁବନେଶ୍ୱରର ହୋଇଥିବା ଜଣାପଡ଼ିଛି । ୧୩ଜଣଙ୍କ ମଧ୍ୟରୁ ୮ଜଣ ସଙ୍ଗରୋଧରୁ ଓ ସ୍ଥାନୀୟ ଅଞ୍ଚଳରୁ ୫ଜଣ ଚିହ୍ନଟ ହୋଇଛନ୍ତି । ୧୩ ଆକ୍ରାନ୍ତ ଚିହ୍ନଟ ସହ ୯ଜଣ ସୁସ୍ଥ ହୋଇଛନ୍ତି । ୧୩ ଆକ୍ରାନ୍ତଙ୍କ ମଧ୍ୟରେ ଟଙ୍କପାଣି ରୋଡ଼ ଅଞ୍ଚଳରୁ ୩ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ବୟସ ଯଥାକ୍ରମେ ୨୪, ୩୨(ଯୁବକ), ୨୮ ବର୍ଷୀୟ ମହିଳା । ସେହିପରି ଟଙ୍କପାଣି ରୋଡ଼, ବିଜୟଲକ୍ଷ୍ମୀ କଲୋନୀ ଅଞ୍ଚଳରୁ ୪୪ବର୍ଷୀୟ ବ୍ୟକ୍ତି ଓ ୩୦ ବର୍ଷୀୟ ଯୁବତୀ ୨ଜଣ ଚିହ୍ନଟ ହୋଇଛନ୍ତି । ସାମନ୍ତରାପୁର ଅଞ୍ଚଳରୁ ୩୦ ଓ ୩୨ବର୍ଷୀୟ ଦୁଇ ଯୁବକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୟୁନିଟ ୧ ଅଞ୍ଚଳରୁ ମଧ୍ୟ ଜଣେ ୨୫ବର୍ଷୀୟ ଯୁବକ ଚିହ୍ନଟ ହୋଇଛନ୍ତି । ଏହାସହ ଖଣ୍ଡଗିରି, ଓଲ୍ଡ ଟାଉନ, ସାଲିଆ ସାହି, ନୀଳାଦ୍ରିବିହାର, ଜୟଦେବ ବିହାରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି ।
ତେବେ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୪୫କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୨୦୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଓ ୧୩୯ ଆକ୍ରାନ୍ତ ଚିକିତ୍ସିତ ଅଛନ୍ତି ଓ ୪ଜଣଙ୍କର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.