fbpx

ଆଉ ନାହିଁ ଟିକେଟ: ଖାଲି ହାତରେ ଫେରିଲେ ଅନେକ ପ୍ରଶଂସକ

Advertisement

କଟକ: ଆସନ୍ତା ୧୨ ତାରିଖରେ କଟକ ବାରବାଟୀ ଷ୍ଟାହିୟମରେ ଖେଳାଯିବାକୁ ଯାଉଛି ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ । ଦୀର୍ଘ ଦିନ ପରେ ଓଡିଶାକୁ ଫେରିଛି ଇଣ୍ଟରନେସନାଲ କ୍ରିକେଟ । ତେଣୁ ଏହି ମ୍ୟାଚ ଦେଖିବା ପାଇଁ ଲୋକଙ୍କ ମନରେ ଖୁବ ଉତ୍ସାହ । ଯାହାର ପ୍ରମାଣ ଦେଉଛି ଟିକେଟ । ଗୋଟିଏ ଦିନ ଭିତରେ ମ୍ୟାଚର ସମସ୍ତ ଟିକେଟ ବ୍ରକ୍ରି ହୋଇ ଯାଇଥିବା ସୂଚନା ଦେଇଛି ଓଡିଶା କ୍ରିକେଟ ସଂଘ ।

ବାରବାଟୀରେ ହେବାକୁ ଥିବା ମ୍ୟାଚ ପାଇଁ ସମସ୍ତ ଟିକେଟ ବିକ୍ରି ଶେଷ ହୋଇଛି । ଫଳରେ ଆସନ୍ତାକାଲି କୌଣସି ଟିକେଟ ବିକ୍ରି ହେବନି ବୋଲି ଜରାପଡିଛି । ଏନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି । ଓଡିଶାରେ କ୍ରିକେଟ ପାଇଁ ଲୋକଙ୍କ ଭିତରେ ଥିବା ଭଲ ପାଇବାକୁ ଧନ୍ୟବାଦ ଦେଇଛନ୍ତି ଓସିଏ ସମ୍ପାଦକ । ତେବେ ଅନେକ ପ୍ରଶଂସକ ଆଜି ଟିକେଟ ନ ପାଇ ଖାଲି ହାତରେ ଫେରଥତିବା ଦେଖିବାକୁ ମିଳିଛି ।

ପ୍ରଥମେ ଟିକେଟ ପାଇବା ପାଇଁ ଆଜି ଷ୍ଟାଡିୟମ ନିକଟରେ ଦେଖିବାକୁ ମିଳିଥିଲା ନାହିଁ ନଥିବା ଭିଡ । କେବଳ ପୁରୁଷ ନୁହେଁ, ମହିଳାମାନେ ମଧ୍ୟ କ୍ରିକେଟ ମ୍ୟାଚ ପାଇଁ ଖୁବ ଆଗ୍ରହ ଦେଖାଇଛନ୍ତି । ତେବେ ଏହି ଟିକେଟ ପାଇଁ ଆଜି କାଉଣ୍ଟର ସାମନାରେ ତୁମୁଳକାଣ୍ଡ ହୋଇଛି । ଟିକେଟ କାଟିବା ସମୟରେ ମାରପିଟ ପରିସ୍ତିତି ଉପୁଜିତିବା ବେଳେ ପୋଲିସକୁ ଲାଠିଚାଳନା କରି ମାମଲା ଶାନ୍ତ କରିବାକୁ ପଡିଛି ।

Get real time updates directly on you device, subscribe now.