ଡାକ୍ତରୀ ହଷ୍ଟେଲରେ ପିଟି ହୋଇଛି ଏୟାର ଇଣ୍ଡିଆ ବିମାନ, ଏକାଧିକ MBBS ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା!

ଅହମ୍ମଦାବାଦ ଏମବିବିଏସ ହଷ୍ଟେଲରେ ପିଟି ହେଲା ଏୟାର ଇଣ୍ଡିଆ ବିମାନ ।

ନୂଆଦିଲ୍ଲୀ: ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ ଅହମ୍ମଦାବାଦର ମେଘାଣୀ ନଗରରେ ଏକ କୋଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । କୁହାଯାଉଛି ଯେ ଏହି କୋଠାଟି ଏକ ମେଡିକାଲ କଲେଜ ହଷ୍ଟେଲ ।

ବିଜେ ମେଡିକାଲ କଲେଜ ହଷ୍ଟେଲ ବୋଲି ଜଣାପଡ଼ିଛି । ଏନେଇ ଅଲ ଇଣ୍ଡିଆ ମେଡିକାଲ କଲେଜ ଆସୋସିଏସନ ପକ୍ଷରୁ ଟ୍ବିଟ ଯୋଗେ କୁହାଯାଇଛି ।

ମେଡିକାଲ କଲେଜ କୋଠାରେ ବିମାନ କ୍ରାସ- ଏହି କୋଠାରେ ଥିବା କିଛି ଲୋକ ବିମାନ ଦୁର୍ଘଟଣା ଯୋଗୁଁ ପ୍ରାଣ ହରାଇଥିବା ମଧ୍ୟ ଜଣାପଡିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ତାହା ଘୋଷଣା କରାଯାଇ ପାରି ନାହିଁ । କିଛି ଏମବିବିଏସ ଛାତ୍ର ଆହତ ମଧ୍ୟ ହୋଇଛନ୍ତି ।

ବିମାନ ଦୁର୍ଘଟଣାସ୍ଥଳରେ ଉପସ୍ଥିତ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି । ଅନେକ ସଂସ୍ଥା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ଏକ ଗ୍ରୀନ କରିଡର ସୃଷ୍ଟି କରି ଆହତମାନଙ୍କୁ ଯଥାଶୀଘ୍ର ହସ୍ପିଟାଲକୁ ନିଆଯାଇଛି । ତଥାପି, ଏହି ବିମାନ ଦୁର୍ଘଟଣାରେ ଏପର୍ଯ୍ୟନ୍ତ କେତେ ଲୋକଙ୍କ ମୃତ୍ୟୁ ହୋଇଛି ସେ ବିଷୟରେ ସେ ସୂଚନା ଦେଇ ନାହାଁନ୍ତି ।

କୁହାଯାଉଛି ଯେ ଏହି ବିମାନରେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମଧ୍ୟ ଥିଲେ । ଲଣ୍ଡନ ପାଇଁ ଉଡ଼ାଣ ଭରିବାର କିଛି ସମୟ ପରେ ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ଦୁର୍ଘଟଣା ସମୟରେ ବିମାନରେ କ୍ରୁ ସଦସ୍ୟଙ୍କ ସମେତ 242 ଜଣ ଥିଲ।

ସେମାନଙ୍କ ମଧ୍ୟରୁ ପ୍ରାୟ 232 ଜଣ ଯାତ୍ରୀ ଥିଲେ । ଏହି ଏୟାର ଇଣ୍ଡିଆ ବିମାନଟି ଏକ ‘ବୋଇଂ 787-8 ଡ୍ରିମଲାଇନର’ ବିମାନ, ଯାହା ପ୍ରାୟ 11 ବର୍ଷ ପୁରୁଣା ବୋଲି କୁହାଯାଉଛି ।