fbpx

ଟଳମଳ ବଲିଉଡ କଳାକାରମାନଙ୍କ ପାଦ, ଚେହେରା ଲୁଚାଇ ଅନେକ ହୋଇଛନ୍ତି ଟ୍ରୋଲ୍

Advertisement

ମୁମ୍ବାଇ : କିଛି ଦିନ ପୂର୍ବରୁ ଜାହ୍ନିବୀ କପୁର ତାଙ୍କ ବୟଫ୍ରେଣ୍ଡ ଶିଖର ପାହାଡିଆଙ୍କ ଘର ବାହାରେ ସ୍ପଟ ହୋଇଥିଲେ । ଯେତେବେଳେ ସେ ଲୋକମାନଙ୍କୁ ଦେଖିଥିଲେ ସେତେବେଳେ ସେ ତାଙ୍କ ଚେହେରା ଲୁଚାଇଥିଲେ । ତାଙ୍କୁ ଏଭଳି ଅବସ୍ଥାରେ ଦେଖି ଲୋମାନେ ଖୁବ ଟ୍ରୋଲ କରିଥିଲେ, ଏବଂ କହିଥିଲେ ସେ ମଦ ପିଇଛନ୍ତି ବୋଲି । ଏହା ପୂର୍ବରୁ ମଧ୍ୟ ଅନେକ ଥର ଏହି ଅଭନେତ୍ରୀ ନିଶାରେ ଚୁର ଥିବା ଦେଖିବାକୁ ମିଳିଥିଲା । ଏଥିପାଇଁ ସେ ଖୁବ ଟ୍ରୋଲ ହୋଇଛନ୍ତି ।

ରଣବୀର କପୁର ଆଲିଆ ଭଟ୍ଟଙ୍କୁ ନେବା ପାଇଁ ଏୟାର ପୋର୍ଟରେ ପହଞ୍ଚଥିଲେ । ତେବେ ତାଙ୍କର ଯେଉଁ ଫଟୋ କ୍ୟାମେରାରେ କଏଦ ହୋଇଥିଲା ସେଥିରେ ସେ ଡ୍ରିଙ୍କ କଲାପରି ଏବଂ ନିଶାରେ ଥିଲା ପରି ଦେଖା ଯାଉଥିଲେ । ଏହି ଫଟୋ ଭାଇରାଲ ହେଲା ପରେ ଅନେକ ଲୋକ ତାଙ୍କୁ ଟ୍ରୋଲ କରିଥିଲେ ।

କିଛି ଦିନ ପୂର୍ବରୁ ଅମିରଖାନ ମଧ୍ୟ ଟଳମଳ ହୋଇ ଚାଲୁଥିବା ନଜରକୁ ଆସିଥିଲେ । ସେ ମିଡିଆ ସାମ୍ନାରେ ପଡୁ ପଡୁ ରକ୍ଷା ପାଇଥିଲେ । ଏହା ଦେଖିବା ପରେ ମଧ୍ୟ ତାଙ୍କ ଫ୍ୟାନମାନେ ତାଙ୍କୁ ଟ୍ରୋଲ କରିଥିଲେ ।

ଦୀପିକା ପାଦୁକୋନ ମଧ୍ୟ ଏଥିରୁ ବାଦ ପଡି ନାହାନ୍ତି । ସେ ରଣବୀର କପୁରଙ୍କ ବାର୍ଥଡେ ପାର୍ଟିରୁ ଫେରିବା ପରେ ତାଙ୍କୁ ମିଡିଆ ସ୍ପଟ କରିଥିଲା । ଯେଉଁଥିରେ ସେ ନିଶାରେ ଥିବା ଦେଖିବାକୁ ମିଳିଥିଲା ।

କିଛି ଦିନ ପୂର୍ବରୁ ହ୍ରିିତିକ ରୋଷନଙ୍କ ଏକ୍ସ ୱାଇଫ ସୁଜେନ ଖାନ ମଧ୍ୟ ତାଙ୍କ ବୟଫ୍ରେଣ୍ଡଙ୍କ ସହିତ ଏକ ପାର୍ଟିରେ ସ୍ପଟ ହୋଇଥିଲେ । ଯେଉଁଥିରେ ସେ ମିଡିଆକୁ ଦେଖିବା ପରେ ତାଙ୍କ ଚେହେରା ଲୁଚାଇ ଥିଲେ ।

ଜାହ୍ନବୀଙ୍କ ସାନ ଭଉଣୀ ଖୁସି କପୁର ମଧ୍ୟ ଜଣେ ସାଙ୍ଗ ହାତ ଧରି ନିଜକୁ କଣ୍ଟ୍ରୋଲ କରି ଏକ ପାର୍ଟିରୁ ଫେରୁଥିବା ଦେଖିବାକୁ ମିଳିଥିଲା । ଖୁସିଙ୍କୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରି କହିଥିଲେ ସେ ନିଶାରେ ଅଛନ୍ତି ।

କରିନା କପୁର ମଧ୍ୟ ଏକ ଫଟୋରେ ଟ୍ରୋଲ ହୋଇଥିଲେ । ଗୋଟିଏ ପାର୍ଟିରେ ତାଙ୍କର ଫଟୋ ଭାଇରାଲ ହୋଇଥିଲା । ଯାହା ଫଳରେ ସେ ଟ୍ରୋଲର ଶିକାର ହୋଇଥିଲା ।

ସୋହେଲ ଖାନଙ୍କ ଏକ୍ସ ପତ୍ନୀ ସୀମା ସଜଦେହ ମଧ୍ୟ ପାର୍ଟି ସାରି ଫେରୁଥିବା ବେଳେ ତାଙ୍କ ପାଦ ମଧ୍ୟ ଟଳମଳ ହୋଇଥିଲା । ଯାହା ଫଳରେ ତାଙ୍କୁ ମଧ୍ୟ ଟ୍ରୋଲର ଶିକାର ହେବାକୁ ପଡିଥିଲା ।

Get real time updates directly on you device, subscribe now.