fbpx

BLF Bolangir ପକ୍ଷରୁ ବାହାରିଲା ବହୁ ପଦବୀ: ୧୧ ଦିନ ମଧ୍ୟରେ ଆବେଦନ କରନ୍ତୁ

Advertisement

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ବଲାଙ୍ଗିର ବ୍ଲକ ସ୍ତରୀୟ ଫେଡେରେସନ ଅଫିସ ତରଫରୁ ୧୧୩ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ କମ୍ୟୁନିଟି ସପୋର୍ଟ ଷ୍ଟାଫ ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଫେବୃଆରୀ ମାସ ୧୪ ତାରିଖରୁ ଆପ୍ଲିକେସନ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇ ମାର୍ଚ୍ଚ ମାସ ୧ ତାରିଖରେ ସମାପ୍ତ ହେବ । ୨୦୨୩ ମସିହା ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୧୮ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ପ୍ରାର୍ଥୀ ଦଶମ, ଦ୍ୱାଦଶ ପାସ୍ କରିଥିବା ଆବଶ୍ୟକ । ସିଆରପି ପାଇଁ ୯୨ଟି, ମାଷ୍ଟର୍ସ ବୁକ କିପର ପାଇଁ ୧୨, ବ୍ୟାଙ୍କ ମିତ୍ର ପାଇଁ ୯ଟି ପଦବୀ ରହିଛି ।

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2023/02/Notification-BLF-Various-Vacancy-Posts.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://balangir.nic.in/

Get real time updates directly on you device, subscribe now.