ମାଲକାନଗିରି, ୨୬ା୨ (ଓଡିଶା ଭାସ୍କର): ମାଲକାନଗିରି ଜିଲ୍ଲାରେ ସୁରକ୍ଷା କର୍ମୀଙ୍କ ପକ୍ଷରୁ ଚଢ଼ାଉ ବେଳେ ମାଓବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା । ଏହି ଗୁଳି ବିନିମୟ ଫଳରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା ଜଣାପଡ଼ିଛି । ଲଗାତର ୩ ଦିନ ଧରି ଚାଲିଥିବା ଅପରେସନରେ ୭ ମ୍ୟାଓ କ୍ୟାମ୍ପ ଧ୍ୱଂସ ହୋଇଥିବା ଜଣାପଡ଼ିଛି । ଛତିଶଗଡ଼ର ନାରାୟଣପୁର ଓ କାଙ୍କେରରେ ସୁରକ୍ଷାକର୍ମୀମାନେ ଅପରେସନ ଚଳାଇଛନ୍ତି । ତେବେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ କିଛି ମାଓବାଦୀ ମୃତାହତ ହୋଇଥିବା ସୂଚନା ମିଳିଥିବା ବେଳେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି ।