ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ: ୨ ମାଓବାଦୀ ନିପାତ, ଜଣେ ଯବାନ ସହିଦ
ବିଜାପୁର ଜିଲ୍ଲା ଜଙ୍ଗଲରେ ଜୋରଦାର ଫାୟାରିଂ
ମାଲକାନଗିରି: ପୋଲିସ ଏବଂ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି । ମାଲକାନଗିରି ସୀମାନ୍ତରେ ଥିବା ବିଜାପୁର ଜିଲ୍ଲା ଗଙ୍ଗଲୁର ଜଙ୍ଗଲରେ ଜୋରଦାର ଫାୟରିଂ ଜାରି ରହିଛି ।
ସୂଚନା ମୁତାବକ, ପୋଲିସ ଏନକାଉଣ୍ଟରରେ କିଛି ମାଓବାଦୀ ନିହତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ ।
ପୋଲିସ ଏନକାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିପାତ ହୋଇଛନ୍ତି । ଏହି ଗୁଳି ବିନିମୟରେ ଜଣେ ଡିଆରଜି ଯବାନ ସହିଦ ନେଇ ବିଜାପୁର ଏସପି ସୂଚନା ଦେଇଛନ୍ତି ।