ସମ୍ବଲପୁର: ଛତ୍ରଭଙ୍ଗ ଦେଲେ ଲାଲ ବାହିନୀ। ସୀମା ଡେଇଁ ପୁଣି ଥରେ ପଶ୍ଚିମ ଓଡିଶା ମୁଖା ହେଲେଣି ମାଓବାଦୀ। ପଶ୍ଚିମ ଓଡ଼ିଶାରେ ପୁଣିଥରେ ମାଓବାଦୀଙ୍କ ଗତିବିଧି ଦେଖିବାକୁ ମିଳିଥିବା ବେଳେ ଦୀର୍ଘ 7ବର୍ଷ ପରେ ଏହି ଡର ମାଓ ଜିଲ୍ଲାକୁ ଫେରିଛି।
ସମ୍ବଲପୁର ଜିଲ୍ଲାରେ ମାଓବାଦୀଙ୍କ ଗତିବିଧି ଦେଖି ପୁଲିସର ଚିନ୍ତା ବଢ଼ିଗଲାଣି। ସେମାନଙ୍କ ଗତିବିଧିକୁ ନଜରରେ ରଖିବା ପାଇଁ ଜଙ୍ଗଲରେ ଡ୍ରୋନର ବ୍ୟବହାର କରାଯାଉଛି। ସୁବର୍ଣ୍ଣପୁର, ବୌଦ୍ଧ ଏବଂ ସମ୍ବଲପୁରରେ ମଧ୍ୟ ମାଓବାଦୀଙ୍କ ଗତିବିଧି ସକ୍ରିୟ ହେଉଛି।
ସେଥିନିମନ୍ତେ ସମ୍ବଲପୁରରେ ପୁଲିସ-ଏସଓଜିର ମିଳିତ କମ୍ବିଂ ଅପରେସନ ଆରମ୍ଭ ହୋଇଛି। ଯେଉଁଥିରେ 4 ପ୍ଲାଟୁନ ଏସଓଜି ଯବାନ ମୁତୟନ ହୋଇଛନ୍ତି।