fbpx

ଫେଲ୍ ମାରିଛି ସରକାରଙ୍କ କରୋନା ନିୟମ ; ବାହଘରରେ ଯୋଗ ଦେଲେ ୫୦୦ ଲୋକ

ମଧ୍ୟପ୍ରଦେଶ ୧୮ ।୪ (ଓଡିଶା ଭାସ୍କର) : ବଢୁଥିବା କରୋନା ମାମଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କଡା କଟକଣା କରାଯାଇଛି । ଏଥି ମଧ୍ୟରେ ମଧ୍ୟ ପ୍ରଦେଶର ଭିଣ୍ଡ ଜିଲ୍ଲାରେ ପ୍ରଶାସନ ଏକ ବାହାଘରକୁ ରୋକି ଲଗାଇଛି । ଏହା ସହିତ ଟେଣ୍ଟ, ଡିଜେ ଓ କ୍ୟାଟରିଂ  ଜିନିଷକୁ ଜବତ ମଧ୍ୟ କରିଛି । ଏହି ଜିଲ୍ଲା ଅନ୍ତର୍ଗତ କୁଣଥରା ଗାଁରେ ଶନିବାର ଆଇଟିବିପି ଜବାନ୍ ବୃଜଭାନ ସିଂ ଜାଟଭଙ୍କ ଭଉଣୀ ବାହାଘର ଥିଲା। ଏହି ବାହାଘରରେ ପ୍ରାୟ ୫୦୦ ଜଣ ଲୋକ ଏକାଠି ହୋଇଥିଲା।

 

ସୂଚନା ମିଳିବା ପରେ ପୋଲିସ ଓ ପ୍ରଶାସନ ରାତି ୧୦ଟାରେ ଘଟଣାସ୍ଥଳରେ ପହଁଞ୍ଚି ଆୟୋଜନକାରୀଙ୍କ ବିରୋଧରେ ନିୟମ ଭାଙ୍ଗିବା ନେଇ ମାମଲା ରୁଜୁ କରିଛନ୍ତି । ଏଥିସହିତ ଧାରା ୧୪୪ ଭାଙ୍ଗିବା ଓ ଭିଡ ଏକାଠି କରିବାର ଅଭିଯୋଗ ମଧ୍ୟ ହୋଇଛି। ଅନ୍ୟପକ୍ଷେ ପୋଲିସ କାର୍ୟ୍ୟାନୁଷ୍ଠାନର ସୂଚନା ମିଳିବା ମାତ୍ରେ ବରପକ୍ଷର ଲୋକ ବରଯାତ୍ରୀଙ୍କୁ ସାଙ୍ଗରେ ନେଇ ଯିବାର କାର୍ୟ୍ୟକ୍ରମ ରୋକି ଦେଇଥିଲେ। ପରେ ପୋଲିସ ଅଧିକାରୀମାନେ ଲୋକଙ୍କୁ ପଚରାଉଚରା କରି ଘଣ୍ଟାଏ ମଧ୍ୟରେ ସେଠାରୁ ଚାଲିଯାଇଥିଲେ । ଏହାପରେ ୫୦ ଜଣ ଲୋକଙ୍କ ଉପସ୍ଥିତିରେ ବିବାହ ସମ୍ପର୍ଣ୍ଣ ହୋଇଥିଲା।

Get real time updates directly on you device, subscribe now.